ଏକଜିଟ ପୋଲ୍ : ଗୁଜରାଟ, ହିମାଚଳରେ ଫେରିପାରେ ବିଜେପି

ନୂଆଦିଲ୍ଲୀ : ଆଜି ଗୁଜରାଟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୨ୟ ପର୍ଯ୍ୟାୟରେ ଗୁଜରାଟରେ ସଂଧ୍ୟା ୫ଟା ସୁଦ୍ଧା ୫୬ ପ୍ରତିଶତ ଭୋଟଦାନ ହୋଇଥିବା ଜଣାପଡ଼ିଛି ।

ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥା ଦ୍ବାରା କରାଯାଇଥିବା ବୁଥପାହୁଡ଼ା ମତାମତ ବା ଏକଜିଟ୍ ପୋଲ ରିପୋର୍ଟ ଆସିବାରେ ଲାଗିଛି ।

ନ୍ୟୁଜ୍ ଏକ୍ସର ପୂର୍ବାନୁମାନ ଅନୁସାରେ ଗୁଜରାଟରେ ବିଜେପିକୁ ୧୧୭ରୁ ୧୪୦ଟି ଆସନ ମିଳିବାର ସମ୍ଭାବନା ରହିଥିବାବେଳେ କଂଗ୍ରେସକୁ ୩୪ରୁ ୫୧ଟି ଓ ଆପକୁ ୬-୧୩ଟି ଆସନ ମିଳିବାର ସମ୍ଭାବନା ରହିଛି ।

ସେହିପରି ରିପବ୍ଲିକର ରିପୋର୍ଟ ଅନୁସାରେ ରାଜ୍ୟରେ ବିଜେପିକୁ ୧୨୮ ର ୧୪୮ ଟି ଓ କଂଗ୍ରେସକୁ ୩୦ରୁ ୪୨ଟି ଆସନ ମିଳିବାର ସମ୍ଭାବନା ରହିଛି । ଆପକୁ ୨ରୁ ୧୦ଟି ଆସନ ମିଳିବାର ସମ୍ଭାବନା ରହିଛି ।

ଟିଭି-୯ର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୨୫ରୁ ୧୩୦ଟି ଆସନ ମିଳିବାର ସମ୍ଭାବନା ରହିଥିବାବେଳେ କଂଗ୍ରେସକୁ ୪୦ରୁ ୫୦ଟି ଓ ଆପକୁ ୩ରୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି ।

ସେହିପରି ରିପବ୍ଲିକର ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି । ବିଜେପିକୁ ୩୪ର ୩୯ଟି ଓ କଂଗ୍ରେସକୁ ୨୮ରୁ ୩୩ଟି ଆସନ ମିଳିବାର ସମ୍ଭାବନା ରହିଛି ।

ଜିନ୍ୟୁଜର ରିପୋର୍ଟ ଅନୁସାରେ ହିମାଚଳରେ ବିଜେପିକୁ  ୪୪ଟି ଓ କଂଗ୍ରେସକୁ ୨୧ଟି  ଆସନ ମିଳିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନରେ ଏଥର ଓଲଟପାଲଟ ହେବାର ସମ୍ଭାବନା ରହିଛି । ଆପ ଏମସିଡିକୁ ବିଜେପିଠାରୁ ଛଡ଼େଇ ନେବାର ସମ୍ଭାବନା ରହିଛି । କାରଣ ଅଧିକାଂଶ ଏକଜିଟ ପୋଲ ଆପର ବିଜୟ ସଂପର୍କରେ ପୂର୍ବାନୁମାନ କରିଛନ୍ତି ।

 

ସମ୍ବନ୍ଧିତ ଖବର