ନୂଆଦିଲ୍ଳୀ: ଲୋକସଭା ହେଉ କି ରାଜ୍ୟ ବିଧାନସଭା ନିର୍ବାଚନ। ଭୋଟ୍ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ଦ୍ବାରା କରାଯାଉଥିବା ସର୍ଭେ ରିପୋର୍ଟ ପ୍ରକାଶ କରାଯାଉଛି। ଏହାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ, ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀ ନିଜକୁ ସୁହାଇଲା ଭଳି ରିପୋର୍ଟ ଥିଲେ ଗ୍ରହଣ କରନ୍ତି, ଅନ୍ୟଥା ଅଗ୍ରାହ୍ୟ କରି ଦିଅନ୍ତି। ଏହାର ଏକମାତ୍ର କାରଣ ହେଲା ଯେ ଏକଜିଟ୍ ପୋଲ ଏବେ ବିଶ୍ବାସଯୋଗ୍ୟ ହୋଇପାରୁ ନାହିଁ। ୨୦୧୮ ଭଳି ଏଥର ଏକଜିଟ୍ ପୋଲ୍ ମଧ୍ୟ ଟିକିଏ ଫେଲ୍ ମାରିଛି। ବିଶେଷ କରି ଛତିଶଗଡ଼, ମିଜୋରାମ ଓ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ। ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ରହିବ ବୋଲି ପ୍ରାୟ ସମସ୍ତ ସଂସ୍ଥା ପୂର୍ବାନୁମାନ କରିଥିଲେ। କଂଗ୍ରେସ ୪୦ରୁ ୫୬ ପର୍ଯ୍ୟନ୍ତ ଆସନ ପାଇବ। ବିଜେପିକୁ ୩୦ରୁ ୪୮ ପର୍ଯ୍ୟନ୍ତ ଆସନ ମିଳିବ ବୋଲି ଏକଜିଟ୍ ପୋଲ୍ ରିେପାର୍ଟରୁ ଜଣାପଡ଼ିଥିଲା। କିନ୍ତୁ ଏଠାରେ ବିଜେପି ୫୪ଟି ଆସନ ପାଇ କ୍ଷମତାକୁ ଫେରିଥିବା ବେଳେ ଆବଶ୍ୟକ ସଂଖ୍ୟା ଠାରୁ ବହୁତ ପଛରେ ରହିଗଲା କଂଗ୍ରେସ। ଏହାକୁ ମିଳିଲା ମାତ୍ର ୩୫ଟି ଆସନ। ସେହିଭଳି ମିଜୋରାମରେ ଝୁଲା ବିଧାନସଭା ହେବ ବୋଲି ଏନଡିଟିଭି ପକ୍ଷରୁ ପୋଲ ଅଫ୍ ପୋଲ୍ସରେ କୁହାଯାଇଥିଲା। କ୍ଷମତାସୀନ ଏମଏନଏଫ୍କୁ ୧୪ଟି ଆସନ ମିଳିବ ଏବଂ ଜେଡ୍ପିଏମ୍କୁ ୧୭ଟି ଆସନ ମିଳିବ ବୋଲି କୁହାଯାଇଥିଲା। କିନ୍ତୁ ବାସ୍ତବରେ ଜେଡ୍ପିଏମ୍କୁ ୨୭ଟି ଆସନ ମିଳିଥିବା ବେଳେ ଏମଏନଏଫ୍କୁ ୧୦ଟି ଆସନ ମିଳିଛି।
ତେଲେଙ୍ଗାନାରେ ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ଫଳାଫଳ ଆସିଥିବା ବେଳେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇପାରି ନାହିଁ। ମଧ୍ୟପ୍ରଦେଶରେ ଅନେକ ସଂସ୍ଥା ବିଜେପି ୮୮ରୁ ୧୬୦ ଭିତରେ ଆସନ ଦଖଲ କରିବ ବୋଲି କହିଥିବା ବେଳେ କଂଗ୍ରେସ ୭୦ରୁ ୧୩୭ ମଧ୍ୟରେ ଆସନ ଜିତିବ ବୋଲି ଆଉ କିଛି ସଂସ୍ଥା ଆକଳନ କରିଥିଲେ। କିନ୍ତୁ ରାଜ୍ୟରେ ଫଳାଫଳ ଏକତରଫା ରହିଲା। ବିଜେପି ୧୬୩ ଆସନ ସହ ଦୁଇ ତୃତୀୟାଂଶ ସଫଳତା ହସଲ କରିଥିବା ବେଳେ କଂଗ୍ରେସ ୬୬ଟି ଆସନ ସହିତ ବହୁତ ପଛରେ ରହିଲା। ରାଜସ୍ଥାନରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟରେ ବିଜେପି-କଂଗ୍ରେସ କଡ଼ା ଟକ୍କର ହେବ ବୋଲି ଏକଜିଟ୍ ପୋଲରେ କୁହାଯାଇଥିଲା। କିନ୍ତୁ ବିଜେପି ୧୧୫ ଆସନ ସହିତ କ୍ଷମତାକୁ ଫେରିଥିବା ବେଳେ ୭୦ ଆସନ ପାଇ କ୍ଷମତାସୀନ କଂଗ୍ରେସ ସକରାର ଭୁଶୁଡ଼ି ପଡ଼ିଲା। ବିଜେପିକୁ ଏହା ଟକ୍କର ଦେଇପାରି ନାହିଁ।
୨୦୧୮େର ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଏହି ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ନେଇ ଏକଜିଟ୍ ପୋଲ୍ ସେର୍ଭ ପୂରା ଠିକ୍ ହୋଇ ନଥିଲା। ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ଫଳାଫଳ ପୂର୍ବାନୁମାନ ନେଇ ଏକଜିଟ୍ ପୋଲରେ କରାଯାଇଥିବା ଆସନ ସଂଖ୍ୟାରେ ଟିକିଏ ଏପଟସେପଟ ହୋଇଥିଲା, ମାତ୍ର ଅନ୍ୟ ତିନିଟି ରାଜ୍ୟ ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମ ସଂପର୍କରେ ସଂସ୍ଥା ମାନଙ୍କ ସର୍ଭେ ରିପୋର୍ଟ ବାସ୍ତବିକ ସଂଖ୍ୟା ଠାରୁ ବହୁତ ଦୂରରେ ଥିଲା।
ମଧ୍ୟପ୍ରଦେଶରେ ବିଜେପି ୧୦୩ରୁ ୧୨୬ ପର୍ଯ୍ୟନ୍ତ ଆସନ ପାଇବ ଏବଂ କଂଗ୍ରେସକୁ ୮୯ରୁ ୧୨୫ ଆସନ ମିଳିପାରେବୋଲି ବିଭିନ୍ନ ସଂସ୍ଥା ସେମାନଙ୍କର ଏକଜିଟ୍ ପୋଲ୍ ରିପୋର୍ଟରେ ପ୍ରକାଶ କରିଥିଲେ। କିନ୍ତୁ ବାସ୍ତବାରେ କଂଗ୍ରେସ ୧୧୪ ଆସନ ପାଇ ସରକାର ଗଠନ କରିଥିବା ବେଳେ ବିଜେପିକୁ ମିଳିଥିଲା ୧୦୩। ସେହିଭଳି ରାଜସ୍ଥାନରେ ଏହି ସଂସ୍ଥା ଗୁଡ଼ିକ ବିଜେପିକୁ ୫୫ରୁ ୮୫ ଆସନ ଦେଇଥିବା ବେଳେ କଂଗ୍ରେସକୁ ଦେଇଥିଲେ ୧୦୫ରୁ ୧୪୧। କିନ୍ତୁ ବାସ୍ତବରେ ୧୦୦ ଆସନ ପାଇ କଂଗ୍ରେସ ସରକାର ଗଠନ କରିଥିବା ବେଳେ ବିଜେପିକୁ ମିଳିଥିଲା ୭୩ ଆସନ। ଅନ୍ୟ ଦଳ ଓ ସ୍ବାଧୀନମାନେ ଦଖଲ କରିଥିଲେ ୨୭ ଆସନ।
ତେଲେଙ୍ଗାନା ବିଧାନସଭା ନିର୍ବାଚରେ କଂଗ୍ରେସ ଓ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ବିଭିନ୍ନ ଏକଜିଟ୍ ପୋଲ୍ ସଂସ୍ଥା ଆକଳନ କରିଥିଲେ। ସେମାନେ ଦେଇଥିବା ତଥ୍ୟ ଅନୁଯାୟୀ କଂଗ୍ରେସକୁ ୨୧ରୁ ୫୨ ଏବଂ ଟିଆରଏସକୁ ୫୪ରୁ ୯୧ଟି ଆସନ ମିଳିବ। କିନ୍ତୁ ବାସ୍ତବରେ ଟିଆରଏସ୍ ଏକପାଖିଆ ନିର୍ବାଚନ ଜିତିଥିଲା। ଉକ୍ତ ଦଳକୁ ୮୮ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ମିଳିଥିଲା ମାତ୍ର ୧୯ଟି। ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା େହବ ବୋଲି କହିଥିଲେ। କଂଗ୍ରେସ ୩୫ରୁ ୫୦ ଏବଂ ବିଜେପି ୨୬ରୁ ୪୦ ଆସନ ପାଇବ ବୋଲି ସଂସ୍ଥାମାନେ ପୂର୍ବାନୁମାନ କରିଥିଲେ। କିନ୍ତୁ ଏଠାରେ ମଧ୍ୟ ୬୮ ଆସନ ସହିତ କଂଗ୍ରେସ ଏକପାଖିଆ ବିଜୟୀ ହୋଇଥିଲା। ବିାଜେପିକୁ ମିଳିଥିଲା ମାତ୍ର ୧୫ଟି ଆସନ। ସେହିଭଳି ମିଜୋରାମରେ ଏମ୍ଏନଏଫ୍ ୧୬ରୁ ୨୨ ଏବଂ କଂଗ୍ରେସ ୮ରୁ ୧୮ ଆସନ ପାଇବ ବୋଲି ସଂସ୍ଥାଗୁଡ଼ିକ ଆାକଳନ କରିଥିଲେ। କିନ୍ତୁ ଏମ୍ଏନଏଫ୍ ଆଶା ଠାରୁ ଯଥେଷ୍ଟ ଆସନ (୨୬) ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ମାତ୍ର ୫ଟି ଆସନ।