ନିଦ ହଜାଇଛି ଏକଜିଟ୍ ପୋଲ୍

ଘାରିଛି ଝୁଲା ବିଧାନସଭା ଚିନ୍ତା, ରଣନୀତିରେ ବ୍ୟସ୍ତ ଦଳୀୟ ନେତା

ନୂଆଦିଲ୍ଲୀ: ଏବେ ସମାପ୍ତ ହୋଇଛି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ଏହାର ପଳାଫଳ ଆସନ୍ତା ମଙ୍ଗଳବାର ଅର୍ଥାତ ୧୧ ତାରିଖ ଦିନ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଗତ ୭ ତାରିଖ ସନ୍ଧ୍ୟାରେ ଯେଉଁ ଏକଜିଟ୍ ପୋଲ୍ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ତାହା ସବୁ ଦଳର ନେତାଙ୍କୁ ଅସ୍ତବ୍ୟସ୍ତ କରିଦେଲାଣି। ଏହି ୫ଟି ରାଜ୍ୟ ମଧ୍ୟରୁ ତିନିଟି ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ଶାସନ ଥିବା ବେଳେ ତେଲେଙ୍ଗାନା‌ରେ ଟିଆରଏସ ଏବଂ ମିଜୋରାମରେ କଂଗ୍ରେସ କ୍ଷମତାସୀନ ରହିଛି। ସର୍ଭେ ରିପୋର୍ଟ ବିଜେପି ପାଇଁ ସେପରି ଉତ୍ସାହଜନକ ନୁହେଁ। କାରଣ ଯେଉଁ ତିନିଟି ରାଜ୍ୟ‌େରେ ଏହା କ୍ଷମତାରେ ରହିଛି ସେଠାରେ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରିକି ରାଜସ୍ଥାନ ଏହା ହାତରୁ ଖସିଯିବା ପ୍ରାୟ ନିଶ୍ଚିତ। ଅନେକ ସଂସ୍ଥାଙ୍କ ସର୍ଭେ ରିପୋର୍ଟରେ କୁହାଯାଇଛି ‌େଯ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ରେ ୧୫ ବର୍ଷ ଧରି ଶାସନ କରୁଥିବା ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ। ଏହି ଦୁଇ ରାଜ୍ୟରେ‌ କଂଗ୍ରେସ ଠାରୁ ବିଜେପି ଆଗୁଆ ଥିଲେ ମଧ୍ୟ ଝୁଲା ବିଧାନସଭାକୁ ଏଡ଼ାଇ ଦେଇ ହେଉନାହିଁ। ସବୁଠାରୁ ଉଲ୍ଲେଖନୀୟ ହେଲା ଯେ ଗତ ସେପ୍ଟେମ୍ବର ମାସରେ ହୋଇଥିବା ପ୍ରାକ୍ ନିର୍ବାଚନ ସର୍ଭେରେ ଯେଉଁ ଆସନ ସଂଖ୍ୟାର ପୂର୍ବାନୁମାନ କରାଯାଇଥିଲା ଏକଜିଟ୍ ପୋଲରେ ମଧ୍ୟ ପ୍ରାୟ ସମାନ ସଂଖ୍ୟକ ଆସନ ଦର୍ଶାଉଛି। କିନ୍ତୁ ଫରକ ହେଉଛି ଯେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଏଭଳି କଡ଼ା ଟକ୍କର ହେବ ବୋଲି କେହି ଆଶା କରିନଥିଲେ। କଂଗ୍ରେସର ଶକ୍ତି ବୃଦ୍ଧି ବିଜେପି ପାଇଁ ଚିନ୍ତାର କାରଣ ହୋଇଛି। ସେହିଭଳି ତେଲେଙ୍ଗାନା‌େର ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ଜିତିବ ବୋଲି ଉଭୟ ସର୍ଭେରେ କୁହାଯାଇଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ହ୍ରାସ ପାଇଥିବା ଏକଜିଟ୍ ପୋଲ ଦର୍ଶାଉଛି। ସେଠାରେ କଂଗ୍ରେସ ଏବଂ ଟିଡିପି ଶକ୍ତି ବୃଦ୍ଧି ପାଉଥିବ‌ା କୁହାଯାଉଛି। ଅନ୍ୟ ୪ଟି ରାଜ୍ୟରେ କଂଗ୍ରେସର ଲୋକପ୍ରିୟତା ବୃଦ୍ଧି ପାଇଥିବା ସର୍ଭେରେ‌ କୁହାଯାଇଥିବା ବେଳେ ଏହା ହାତରୁ ମିଜୋରାମ ଖସିଯିବ ବୋଲି ଏକଜିଟ ପୋଲ କହୁଛି। ଏଠାରେ ୧୦ ବର୍ଷ ହେଲା କଂଗ୍ରେସ ଶାସନ କ୍ଷମତାରେ ରହିଛି। ଏହାକୁ କ୍ଷମତାଚ୍ୟୁତ କରିପା‌େର ମିଜୋ ନେସନାଲ ଫ୍ରଣ୍ଟ। ଏହା ସତ ହେଲେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ କଂଗ୍ରେସ ମୁକ୍ତ ହୋଇଯିବ।

ରା‌ଜନୈତିକ ବିଶେଷଜ୍ଞମାନଙ୍କ ମତରେ ସମସ୍ତ ୫ଟି ରାଜ୍ୟରେ ଅନିଶ୍ଚିତତା ଲାଗି ରହିଛି। ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇ ଜିତିବେ ବୋଲି କୌଣସି ଦଳ ନିଜକୁ ନିଶ୍ଚିତ କରି ପାରୁ ନାହାନ୍ତି। ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀମାନେ ଜିତିବେ ବୋଲି ବାହାରୁ ଦମ୍ଭୋକ୍ତି କରୁଥିଲେ ମଧ୍ୟ ଭିତରେ ଭିତରେ ଆତଙ୍କିତ ହୋଇପଡ଼ିଛନ୍ତି। ଝୁଲା ବିଧାନସଭା ହେଲେ କଣ ହେବ? ଏହି ପ୍ରଶ୍ନ ସେମାନଙ୍କ ନିଦ ହଜାଇଦେଲାଣି। ତେଣୁ ସେମାନେ ଏବେ ଠାରୁ ଅଙ୍କକଷା ଆରମ୍ଭ କରିଦେଲେଣି। ସ୍ପଷ୍ଟ ବହୁମତ ନ ମିଳିଲେ ସେମାନେ କାହାର ସହାୟତା ନେବେ, ତାହାକୁ ନେଇ ରଣନୀତି ପ୍ରସ୍ତୁତି ଚାଲିଛି। ଏପରିକି ଏଭଳି ରଣନୀତିରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରାଓ ମଧ୍ୟ ପଛାଇ ନାହାନ୍ତି। ବିଜେପି ତାଙ୍କୁ ସମର୍ଥନ ଦେବ ବୋଲି ପ୍ରସ୍ତାବ ଦେଇଛି, କିନ୍ତୁ ତାଙ୍କ ଦଳ ଏଥିଲାଗି ପ୍ରସ୍ତୁତ ନୁହେଁ। ଅନ୍ୟପକ୍ଷରେ ଏମଆଇଏମ୍ ଓ ଅନ୍ୟ ଦଳ ସହିତ ସେ ଯୋଗାଯୋଗରେ ଅଛନ୍ତି। ଏହି ୫ ଜଣ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦଳର ‌ବରିଷ୍ଠ ନେତାମାନଙ୍କ ସହିତ ଦିନରାତି ଆଲୋଚନା ଚଳାଇଛନ୍ତି। କଂଗ୍ରେସ ମଧ୍ୟ ରାଜସ୍ଥାନ ସହିତ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କ୍ଷମତା ହାସଲ ଲାଗି ଉଦ୍ୟମ ଚଳାଇଛନ୍ତି। ଏହାର ନେତାମାନେ ମଧ୍ୟ ରଣନୀତି ପ୍ରସ୍ତୁତ କରିବାରେ ଜୁଟିଛନ୍ତି। ସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ଏହି ନିର୍ବାଚନ ସେମାନଙ୍କ ପାଇଁ କେବଳ ସମ୍ମାନର ପ୍ରଶ୍ନ ନାହିଁ, ବରଂ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଭାରତ କଂଗ୍ରେସ ମୁକ୍ତ ହେବ ନା ବିଜେପିକୁ କଂଗ୍ରେସ କଡ଼ା ଟକ୍କର ଦେବ ତାହା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ବହୁତ କିଛି ନିର୍ଭର କରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ।

ସମ୍ବନ୍ଧିତ ଖବର