ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନକୁ ଅନୁମୋଦିତ କରିପାରେ ‘ହୁ’: ଭାରତ ବାୟୋଟେକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଲାଗିଥିବା କୋଭିଡ ପ୍ରତିବନ୍ଧକ ପରେ ଦେଶଗୁଡିକ ଧୀରେ ଧୀରେ ବିଦେଶ ଯାତ୍ରା ଏବଂ ପର୍ଯ୍ୟଟନକୁ ପୁନଃ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନେକ ଦେଶ ଭାରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦିତ ଟିକା ମଧ୍ୟରେ ତାଲିକାଭୁକ୍ତ କରୁନାହାଁନ୍ତି।

ଆମେରିକା, କାନାଡା, ଅଷ୍ଟ୍ରେଲିଆ, ଆୟରଲାଣ୍ଡ ଏବଂ ୟୁଏଇର ଅନୁମୋଦିତ ଟିକା ତାଲିକାରେ କୋଭାକ୍ସିନ ନାହିଁ। ଏନେଇ ଏବେ ଚିନ୍ତାରେ ବିଦେଶରେ ପାଠ ପଢ଼ୁଥିବା ବା ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀ | କାରଣ ଶୀର୍ଷ ବିଶ୍ୱ ବିଦ୍ୟାଳୟଗୁଡିକ ଦେଶ କିମ୍ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ଟିକା ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ହିଁ ନାମ ଲେଖାଇବା ପାଇଁ ଅନୁମତି ଦେଉଛି | କୋଭାକ୍ସିନ୍ ଏବେ ଅନୁମୋଦିତ ତାଲିକାରେ ନଥିବାରୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ହୋଟେଲରେ ୧୪ଦିନ ସଙ୍ଗରୋଧରେ ରହିବାକୁ ପଡିବ, ଯାହା ଅତ୍ୟନ୍ତ ମହଙ୍ଗା ହେବ |

Bharat Biotech may kick start paediatric trials of Covid-19 vaccine Covaxin  from June: Dr Raches Ella | India News
Times Now

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦିତ ତାଲିକାରେ ଫାଇଜର, ମୋଡେର୍ଣ୍ଣା ଏବଂ କୋଭିସିଲଡ଼ ଅଛି | କିନ୍ତୁ କୋଭାକ୍ସିନକୁ ଅନୁମୋଦିତ କରିବା ପାଇଁ ଅଧିକ ସୂଚନା ଆବଶ୍ୟକ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ |

ଅନ୍ୟପକ୍ଷରେ ଭାରତ ବାୟୋଟେକ ଏକ ବିବୃତ୍ତିରେ କହିଛି ଯେ, ଆମେରିକା, ବ୍ରାଜିଲ ଏବଂ ହଙ୍ଗେରୀ ସମେତ ୬୦ରୁ ଅଧିକ ଦେଶରେ କୋଭାକ୍ସିନ ପାଇଁ ନିୟାମକ ଅନୁମୋଦନ ପ୍ରକ୍ରିୟା ଚାଲିଛି। ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ପାଇବା ପାଇଁ ହୁ- ଜେନେଭାରେ ଆବେଦନ ଦାଖଲ କରାଯାଇଛି ଏବଂ ଜୁଲାଇ-ସେପ୍ଟେମ୍ବର ସୁଦ୍ଧା ନିୟାମକ ଅନୁମୋଦନ ଆଶା କରାଯାଉଛି |

ସମ୍ବନ୍ଧିତ ଖବର