ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାକୁ ୨୮%କୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ହାର ୧୭ ପ୍ରତିଶତ ଥିଲା। ମହଙ୍ଗା ଭତ୍ତା ବୃଦ୍ଧିକୁ ଜୁଲାଇ ୧ରୁ ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଯୋଗୁଁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୪୮,୩୪,୦୦୦ କର୍ମଚାରୀ ଓ ୬୫,୨୬,୦୦୦ ପେନ୍ସନ୍ଭୋଗୀ ଉପକୃତ ହେବେ। ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ମହଙ୍ଗା ଭତ୍ତା ବୃଦ୍ଧିକୁ ସ୍ଥଗିତ ରଖାଯାଇଥିଲା। ୨୦୨୦ ଜାନୁଆରି ୧, ଜୁଲାଇ ୧ ଓ ୨୦୨୧ ଜାନୁଆରିରେ ମିଳିବାକୁ ଥିବା ମହଙ୍ଗା ଭତ୍ତା ବୃଦ୍ଧିକୁ ସରକାର ସ୍ଥଗିତ ରଖିଥିଲେ। କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ବୃଦ୍ଧିର ଲାଭ ମିଳିବ। ମହଙ୍ଗା ସହାୟତାରେ ହୋଇଥିବା ବୃଦ୍ଧି ଯୋଗୁଁ ପେନ୍ସନ୍ଭୋଗୀମାନେ ଲାଭବାନ ହେବେ। ଜୁଲାଇ ୧ରୁ ମହଙ୍ଗା ଭତ୍ତାକୁ ୧୭%ରୁ ବଢ଼ାଇ ୨୮% କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅମିତାଭ ଠାକୁର କହିଛନ୍ତି। ଏଥି ଯୋଗୁଁ ସରକାରଙ୍କ ଉପରେ ୩୪,୪୦୦ କୋଟି ଟଙ୍କାର ଅତିରିକ୍ତ ଚାପ ପଡ଼ିବ। ମୁଦ୍ରାସ୍ଫୀତିରେ ହେଉଥିବା ବୃଦ୍ଧିର ପ୍ରଭାବରୁ ସୁରକ୍ଷା ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିଥାନ୍ତି।
ମହଙ୍ଗା ଭତ୍ତା ୨୮%କୁ ବୃଦ୍ଧି
/sambad/media/post_attachments/wp-content/uploads/2021/07/money.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)