ବେରୋଜଗାରୀଙ୍କ ବାସ୍ତବ ସଂଖ୍ୟା ପାଇଁ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ : ଦେଶରେ ବେରୋଜଗାରୀଙ୍କ ବାସ୍ତବ ସଂଖ୍ୟା ଖୋଜି ବାହାର କରିବା ଲାଗି କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହି ବିଶେଷଜ୍ଞ କମିଟିରେ ଅଧ୍ୟକ୍ଷତା କରିବେ କୋଲ୍‌କାତା ବିଶ୍ବବିଦ୍ୟାଳୟର ପ୍ରଫେସର ଏସ୍‌. ପି. ମୁଖାର୍ଜୀ। ଏହି କମିଟିରେ ଅର୍ଥଶାସ୍ତ୍ରୀ ଓ ପରିସଂଖ୍ୟାନବିତ୍‌ ମଧ୍ୟ ସଦସ୍ୟ ରହିବେ।

ମିଳିଥିବା ସୂଚନା ଅନୁସାରେ, ଏହି ବିଶେଷଜ୍ଞ କମିଟିର ସର୍ଭେ ରିପୋର୍ଟ ଅନୁସାରେ ରୋଜଗାରର ନୂଆ ଯୋଜନା ପ୍ରସ୍ତୁତି କରାଯାଇ ତାହାକୁ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରବାସୀ, ଘରୋଇ ଶ୍ରମିକ ତଥା ବୃତ୍ତିଗତ ସଂଗଠନଙ୍କୁ ନେଇ ଏହି ସର୍ଭେ କରାଯିବ। ଫଳରେ ସେମାନଙ୍କ ରୋଜଗାର ସ୍ଥିତି ସମ୍ବନ୍ଧୀୟ ସମସ୍ତ ତଥ୍ୟାବଳୀ ସଂଗ୍ରହ କରାଯାଇପାରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କରୋନାଭାଇରସ୍ ସଂକ୍ରମଣ ଯୋଗୁଁ ଦେଶରେ ବେରୋଜଗାର ପରିସ୍ଥିତି ବୃଦ୍ଧି ଉଦ୍‌ବେଗଜନକ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର