ପାନାଜୀ: ଗୋଆରେ ବିଜେପି ସରକାରର ଆଜି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ଏଥିରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କ ସମେତ ୪ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି। ବିରୋଧୀ ଦଳ ନେତା ଚନ୍ଦ୍ରକାନ୍ତ କାୱଲେକରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି। ଉପବାଚସ୍ପତି ମାଇକେଲ ଲୋବୋଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଅନ୍ୟପକ୍ଷରେ ଏହି ସଂପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ତାଙ୍କ ମନ୍ତ୍ରିମଣ୍ଡଳରୁ ୪ ଜଣଙ୍କୁ ବାଦ ଦେଇଛନ୍ତି। ବାଦ୍‌ ପଡ଼ିଥିବା ମନ୍ତ୍ରୀଙ୍କ ମଧ୍ୟରେ ଗୋଆ ଫରୱାର୍ଡ ପାର୍ଟିର ୩ ଜଣ ଏବଂ ଜଣେ ସ୍ବାଧୀନ ବିଧାୟକ ସାମିଲ ଅଛନ୍ତି।