କାବୁଲ : କ୍ରିକେଟ୍ ମ୍ୟାଚ ଚାଲିଥିବାବେଳେ ଫୁଟିଲା ବୋମା

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଥିବା କାବୁଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଏକ ଟି-୨୦ ମ୍ୟାଚ ଚାଲିଥିବାବେଳେ ବୋମା ବିସ୍ଫୋରଣ ହୋଇଛି । ଆଫଗାନିସ୍ତାନର ଗଣମାଧ୍ୟମ ଟୋଲୋ ନ୍ୟୁଜ ଏହି ବିସ୍ଫୋରଣ ହୋଇଥିବା ସ୍ପଷ୍ଟ କରିଛି ।

ଟୋଲୋ ନ୍ୟୁଜର ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ଘରୋଇ ଟି-୨୦ ଲିଗ୍ ସ୍ପାଜାଇଜ୍ କ୍ରିକେଟ ଲିଗ୍ ଚାଲିଥିବାବେଳେ ଦର୍ଶକ ଗ୍ୟାଲେରୀରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୪ ଜଣ ଲୋକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣରେ କେହି ମୃତ୍ୟୁବରଣ କରିନଥିବା ଜଣାଯାଇଛି । ମାତ୍ର ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ ଆଶ୍ବସ୍ତିର କଥା ହେଉଛି ଖେଳା​ଳିମାନେ ସୁରକ୍ଷିତ ଅଛନ୍ତି ।

 

ମ୍ୟାଚ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ନସିବ ଖାଁ କହିଛନ୍ତି । ଏହି ବିସ୍ଫୋରଣ ପରେ ଖେଳ କିଛି ସମୟ ପାଇଁ ଅଟକି ରହିଥିଲା ।

ପୁଲିସ ପକ୍ଷରୁ କୁହାଯାଇଛି ଯେ ତାହା ଏକ ଗ୍ରେନେଡ ବିସ୍ଫୋରଣ ଥିଲା । ତେବେ ଏହି ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

 

 

 

 

ସମ୍ବନ୍ଧିତ ଖବର