କାନ୍ଦାହାର ମସଜିଦ୍‌ରେ ବିସ୍ଫୋରଣ, ୪୭ ମୃତ ଆଇଏସ୍‌ ନିଜକୁ ଦାୟୀ କଲା

କାନ୍ଦାହାର: ଗତକାଲି ଆଫଗାନିସ୍ତାନର କାନ୍ଦାହାର ସହରରେ ଏକ ମସଜିଦରେ ଆଇଏସ୍‌ ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ ଘଟାଇବାରୁ ଅତି କମ୍‌ରେ ୪୭ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି। ଆଇଏସ୍ଆଇଏସ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ ତାଲିବାନର ସଙ୍କଟ ବଢ଼ାଇଛି। ଏହି ଗୋଷ୍ଠୀ ଏକ ବିବୃତ୍ତିରେ କହିଛି ଯେ ଦୁଇ ଜଣ ଆତ୍ମଘାତୀ ସଦସ୍ୟ ଏହି ଆକ୍ରମଣକୁ ସଫଳ କରିଛନ୍ତି। ଗତକାଲି ମଧ୍ୟାହ୍ନରେ ଏହି ବିସ୍ଫୋରଣ ଘଟିଥିଲା। ତାଲିବାନ ସରକାରଙ୍କ ସୂଚନା ନିର୍ଦ୍ଦେଶାଳୟର ହାଫିଜ ସୟିଦ୍ କହିଛନ୍ତି ଯେ ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ସଙ୍କଟାପନ୍ନ ଅଛନ୍ତି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଏହି ଆକ୍ରମଣକୁ ଘୃଣ୍ୟ ଓ ଅତି ବର୍ବର ବୋଲି କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁସେ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପାକିସ୍ତାନ ଏବଂ ଇରାନ ସମେତ ଅନେକ ଦେଶ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର