କରାଚୀ ବିଶ୍ବବିଦ୍ୟାଳୟରେ ବିସ୍ଫୋରଣ, ୩ ଚୀନ୍‌ ନାଗରିକଙ୍କ ସମେତ ୪ ମୃତ

କରାଚୀ : ପାକିସ୍ତାନର କରାଚୀ ବିଶ୍ବବିଦ୍ୟାଳୟରେ ଆଜି ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଚୀନ୍‌ ନାଗରିକ ଅଛନ୍ତି। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଅଛନ୍ତି। ରିପୋର୍ଟ ଅନୁଯାୟୀ ବିଶ୍ବବିଦ୍ୟାଳୟ ପରିସରରେ ଚୀନ୍‌ ନିର୍ମିତ ଏକ ଶିକ୍ଷାନୁଷ୍ଠାନ ନିକଟରେ ଏକ ଭ୍ୟାନ୍‌କୁ ଟାର୍ଗେଟ୍‌ କରି ବିସ୍ଫୋରଣ ହୋଇଥିଲା। ଜଣେ ମହିଳା ମାନବ ବୋମା ସାଜି ଏହି କାଣ୍ଡ ଘଟାଇଥବା ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ ବାଲୁଚିସ୍ତାନ ଲିବରେସନ ଆର୍ମି ନିଜକୁ ଦାୟୀ କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଉକ୍ତ ଘଟଣାରେ ମୃତାହତଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି। ପାକିସ୍ତାନରେ ଚୀନ୍‌ ନାଗରିକଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ ବଢ଼ୁଥିବାରୁ ସୁରକ୍ଷା ପଦକ୍ଷେପ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର