ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଜଧାନୀ କାବୁଲ ଆଜି ପ୍ରଚଣ୍ଡ ବିସ୍ଫୋରଣରେ ଥରି ଉଠିଛି। କେନ୍ଦ୍ରୀୟ କାବୁଲର ଶହର-ଏ-ନୌ ଅଞ୍ଚଳସ୍ଥିତ ଗୁଲ୍ଫରୋସି ଷ୍ଟ୍ରିଟ୍ରେ ଗୋଟିଏ ହୋଟେଲ୍ ସମ୍ମୁଖରେ ଏହି ବିସ୍ଫୋରଣ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା କାବୁଲ ପୁଲିସ ମୁଖପାତ୍ର ଖଲିଦ୍ ଜଦ୍ରାନ ସ୍ପଷ୍ଟ କରିଛନ୍ତି। ବିସ୍ଫୋରଣରେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ସୂଚନା ମୁତାବକ ଏକ ଚୀନ୍ ରେସ୍ତୋରାଁ ନିକଟରେ ଥିବା ହୋଟେଲ୍ରେ ଏହି ବିସ୍ଫୋରଣ ହୋଇଛି। ଚୀନ୍ ନାଗରିକଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଶହର-ଏ-ନୌରେ ବହୁ ସଂଖ୍ୟାରେ ବିଦେଶୀ ରହନ୍ତି। ଏଠାରେ ଅନେକ ବଡ଼ ଅଫିସ୍, ସପିଂ କମ୍ପ୍ଲେକ୍ସ ଓ ଦୂତାବାସ ରହିଛି।
Notice: ଜନ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତି ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
ଏହା କାବୁଲର ଏକ ସୁରକ୍ଷିତ ଅଞ୍ଚଳ। ତେବେ କୌଣସି ଗୋଷ୍ଠୀ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ଅନ୍ୟପକ୍ଷେ ଆଫଗାନିସ୍ତାନ ରାଜଧାନୀରେ ଏକ ହସ୍ପିଟାଲ ପରିଚାଳନା କରୁଥିବା ଇଟାଲୀୟ ଏନ୍ଜିଓ ‘ଇମର୍ଜେନ୍ସି’ କହିଛି ଯେ କେନ୍ଦ୍ରୀୟ କାବୁଲରେ ହୋଇଥିବା ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଇମର୍ଜେସି ସର୍ଜିକାଲ୍ ସେଣ୍ଟରକୁ ୨୦ ଜଣଙ୍କୁ ଅଣାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ଚିକିତ୍ସା କରାଯାଉଛି। ଇତିମଧ୍ୟରେ ଆଫଗାନ୍ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ଅବଦୁଲ ମତିନ କ୍ବାନି କହିଛନ୍ତି, ପ୍ରାଥମିକ ତଦନ୍ତରୁ ବିସ୍ଫୋରଣରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ଏବଂ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି।
Notice: ଜନ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତି ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/20/sffshfshhfs-2026-01-20-01-58-19.jpg)