ଇସ୍ତାନବୁଲ : ପଶ୍ଚିମ ତୁର୍କୀର ନାଜିଲି ଜିଲ୍ଲାର ଆୟେଦିନଠାରେ ଏକ ରେସ୍ତୋରାଁରେ ‌ବିସ୍ଫୋରଣ ଘଟି ୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଗ୍ୟାସ ଟାଙ୍କି ବିସ୍ଫୋରଣରେ ଏହି ଦୁର୍ଘଟଣା ହୋଇଛି ବୋଲି ସନ୍ଦେହ କରାଯାଉଛି। ଦୁର୍ଘଟଣାରେ ଆଉ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ବିସ୍ଫୋରଣ ଘଟାଇଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ବୋଲି ଦେଶର ନ୍ୟାୟ ବିଭାଗ ମନ୍ତ୍ରୀ ବେକିର ଜୋଡାଗ କହିଛନ୍ତି। ଏହି ବିସ୍ଫୋରଣରେ କୌଣସି ଆତଙ୍କବାଦୀ ସଂଗଠନର ହାତ ଥିବା ନେଇ ପ୍ରମାଣ ମିଳିନଥିଲେ ମଧ୍ୟ ଏ ବାବଦ ସନ୍ଦେହ ବଢ଼ୁଥିବାରୁ ସେହି ଆଧାରରେ ତଦନ୍ତ ମଧ୍ୟ ହେଉଥିବା ଜୋଡାଗ କହିଛନ୍ତି।