ଜମ୍ମୁସ୍ଥିତ ବିମାନ ବନ୍ଦର ସଂଲଗ୍ନ ବାୟୁସେନା ଷ୍ଟେସନ୍‌ରେ ସ୍ବଳ୍ପ ତୀବ୍ରତାସମ୍ପନ୍ନ ବିସ୍ଫୋରଣ

ଜମ୍ମୁ: ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିବା ସୂଚନା ମିଳିବା ପରେ ଆଜି ସକାଳୁ ବୋମା ନିଷ୍କ୍ରିୟକାରୀ ଏବଂ ଫୋରେନ୍‌ସିକ୍‌ ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି। ୫ ମିନିଟ ଅନ୍ତରରେ ଘଟିଥିବା ଏହି ବିସ୍ଫୋରଣରେ କେହି ଆହତ ହୋଇଥିବାର ସୂଚନା ମିଳି ନ ଥିବା କଥା ସରକାରୀ ଅଧିକାରୀମାନେ କହୁଛନ୍ତି।

ବିସ୍ଫୋରଣ ଘଟଣା ସଂକ୍ରାନ୍ତରେ ସେମାନେ ବାୟୁସେନା ‘ଏଫ୍‌ଆଇଆର୍‌’କୁ ଅପେକ୍ଷା କରିଛନ୍ତି ‌ବୋଲି ପୁଲିସ କହିଛି।

Image Courtesy of ANI

ଅନ୍ୟସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁସାରେ, ରାତି ପ୍ରାୟ ୧:୫୦ରେ ଘଟିଥିବା ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ ସାମାନ୍ୟ ଭାଙ୍ଗିଯାଇଥିବା ବେଳେ ଦ୍ବିତୀୟ ବିସ୍ଫୋରଣଟି ଖୋଲା ଜାଗାରେ ଘଟିଛି।

ବିସ୍ଫ‌ୋରଣ କାରଣୁ କୌଣସି ଯନ୍ତ୍ରପାତି କିଂବା ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇନାହିଁ ‌ବୋଲି ବାୟୁସେନା କହିଛି। ଘଟଣାର ତଦନ୍ତ ଚାଲିଛି ବୋଲି ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ ବିମାନ ବନ୍ଦର ରନ୍‌ୱେ ଏବଂ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥାଏ। ସେଠାରେ ଯାତ୍ରୀବାହୀ ବିମାନ ମଧ୍ୟ ଚଳାଚଳ କରେ।

କ୍ଷଣିକ ମଧ୍ୟରେ ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ପକାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର