କ୍ୱେଟା: ସୂଚନା ଅନୁସାରେ ପାକିସ୍ତାନର କ୍ୱେଟାରେ ଶୁକ୍ରବାର ରାତିରେ ବୋମା ବିସ୍ଫୋରଣ ଘଟି ଅତି କମରେ ୪ ଜଣ ଲୋକ ମୃତ ହୋଇଛନ୍ତି ଓ ୧୫ ଜଣ ଲୋକ ଆହତ ହୋଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ବୋମା ବିସ୍ଫୋରଣ, ଜିନ୍ନା ମାର୍ଗରେ ସାଇନ୍ସ୍ କଲେଜ ପାର୍ଶ୍ଵରେ ଛିଡା ହୋଇଥିବା ଏକ କାର୍ ପାଖରେ ହୋଇଛି ।
ଜିନ୍ନା ମାର୍ଗ କ୍ୱେଟା ସହରର ପ୍ରମୁଖ ମାର୍ଗମାନଙ୍କ ମଧ୍ୟରୁ ଗୋଟିଏ ଓ କିଣାବିକା ପାଇଁ ସବୁଠାରୁ ଲୋକପ୍ରିୟ ଏବଂ ସବୁଠୁ ଅଧିକ ବ୍ୟସ୍ତ ସ୍ଥାନ ଅଟେ। ଅଧିକାରୀମାନେ ଏହି ଘଟଣାର ଯାଞ୍ଚ କରୁଛନ୍ତି ।। ଅଧିକାରୀ ଅନୁସାରେ ଆହତମାନଙ୍କୁ କ୍ୱେଟା ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ବିସ୍ଫୋରଣ ଯୋଗୁଁ ବିସ୍ଫୋରଣ ସ୍ଥାନର ଆଖପାଖରେ ଥିବା ଘରଗୁଡିକର କାଚ ଭାଙ୍ଗିଯାଇଛି । ପାକିସ୍ତାନର ଏହି ଅଞ୍ଚଳରେ ଇସ୍ଲାମିକ୍ ଷ୍ଟେଟ୍(ଆଇଏସ୍) ଅଧିକ ସକ୍ରିୟ ଅଛି।
ପାକିସ୍ତାନର କ୍ୱେଟାରେ ବୋମା ବିସ୍ଫୋରଣ, ୪ ମୃତ ଓ ୧୫ ଆହତ
/sambad/media/post_attachments/wp-content/uploads/2021/12/Pak-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)