ପ୍ରକ୍ରିୟାକୃତ ଖାଦ୍ୟ ରପ୍ତାନି ପ୍ରଥମ ତିନିମାସରେ ୩୧ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ : ଗତବର୍ଷର ଧାରା ଜାରି ରଖିବା ସହିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରିମାସୀରେ କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦଗୁଡିକର ରପ୍ତାନି କ୍ଷେତ୍ରରେ ପୂର୍ବ ବର୍ଷର ଏହି ଅବଧି ତୁଳନାରେ ୩୧ ପ୍ରତିଶତ ବୃଦ୍ଧି ପାଇଛି। ବାଣିଜ୍ୟିକ ବୃଦ୍ଧି ଏବଂ ପରିସଂଖ୍ୟାନ ମହାନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ, ଏପିଇଡିଏ ଉତ୍ପାଦଗୁଡିକର ସାମଗ୍ରିକ ରପ୍ତାନି ଏପ୍ରିଲ-ଜୁନ୍ ମାସ ମଧ୍ୟରେ ବୃଦ୍ଧି ପାଇ ୭୪୦୮ ମିଲିୟନ୍ ଆମେରିକୀୟ ଡଲାର ହୋଇଛି, ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୫୬୬୩ ମିଲିୟନ୍ ଡଲାର ଥିଲା। ଏପ୍ରିଲ୍-ଜୁନ୍ ୨୦୨୨-୨୩ ନିମନ୍ତେ ରପ୍ତାନି ଲକ୍ଷ୍ୟ ୫୮୯୦ ମିଲିୟନ୍ ଡଲାର ଧାର୍ଯ୍ୟ କରା ଯାଇଥିଲା।

ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ବିକାଶ ପ୍ରାଧିକରଣ (ଏପିଇଡିଏ) ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ଯୋଗୁ ଦେଶର ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ମୋଟ ରପ୍ତାନି ଲକ୍ଷ୍ୟର ୩୧ ପ୍ରତିଶତ ହାସଲ କରାଯାଇପାରିଛି। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦଗୁଡିକ ନିମନ୍ତେ ୨୦୨୨-୨୩ ବର୍ଷ ପାଇଁ, ଏପିଇଡିଏ ଦ୍ୱାରା ୨୩.୫୬ ବିଲିୟନ୍ ଡଲାରର ରପ୍ତାନି ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି। ପ୍ରକାଶିତ ତଥ୍ୟ ଅନୁସାରେ, ତାଜା ଫଳ ଓ ପନିପରିବାଗୁଡିକର ରପ୍ତାନି ଚାରି ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପ୍ରକ୍ରିୟାକୃତ ଫଳ ଓ ପନିପରିବା କ୍ଷେତ୍ରରେ ଗତ ବର୍ଷର ସମାନ ଅବଧି ତୁଳନାରେ ୫୯.୭୧ ପ୍ରତିଶତ ବୃଦ୍ଧି ପାଇଛି। ଏହା ସହିତ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦଗୁଡିକ କ୍ଷେତ୍ରରେ ଗତବର୍ଷର ପ୍ରଥମ ତିନିମାସ ତୁଳନାରେ ୩୭.୬୬ ପ୍ରତିଶତ ଅଭିବୃଦ୍ଧି ଘଟିଛି।

ଲଦାଖର ସହଯୋଗରେ, ଏପିଡିଇଡିଏ ନିକଟରେ ଏକ ଅର୍ନ୍ତରାଷ୍ଟ୍ରୀୟ କ୍ରେତା ବିକ୍ରେତା ବୈଠକ ଆୟୋଜନ କରିଥିଲା, ଯାହାର ଉଦ୍ଦେଶ୍ୟ ଥିଲା ଲଦାଖରୁ ଆପ୍ରିକଟ୍ ଏବଂ ଅନ୍ୟ କୃଷି ଉତ୍ପାଦ ଗୁଡିକର ରପ୍ତାନିକୁ ପ୍ରୋତ୍ସାହିତ କରିବା। କେନ୍ଦ୍ର ଶାସିତ ପ୍ରଦେଶ ଲଦାଖ ଏବଂ ଜାମ୍ମୁ ଏବଂ କାଶ୍ମୀରର ଅଠର ଜଣ ଉଦ୍ୟମୀ ଆପ୍ରିକଟ୍ ଏବଂ ଅନ୍ୟ କୃଷି ଜାତ ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିଥିଲେ। ଏହି ଆୟୋଜନରେ ଭାରତ, ଆମେରିକା, ବାଙ୍ଗଲାଦେଶ, ଓମାନ, ଦୁବାଇର କୋଡିଏ ଜଣ କ୍ରେତା ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର