ଧରାପଡ଼ିଲା ଚୀନ୍‌ର ବିଶ୍ୱାସଘାତକତା

ଆଫ୍ରିକୀୟ ସଂଘକୁ ପ୍ରଦତ୍ତ କୋଠାରୁ ଗୋପନ ତଥ୍ୟ ଚୋରି କରିଚାଲିଛି

ଆଦିସ୍‌ଆବାବା(ଇଥିଓପିଆ): ଆଫ୍ରିକୀୟ ସଂଘ ସହ ବନ୍ଧୁତ୍ୱର ହାତ ବଢ଼ାଇ ଚୀନ୍‌ ପ୍ରଦାନ କରିଥିବା ଏକ ବୈଷୟିକ ଜ୍ଞାନକୌଶଳ ଯୁକ୍ତ କୋଠାରେ ଖଞ୍ଜାଯାଇଥିବା କମ୍ପ୍ୟୁଟରଗୁଡ଼ିକରୁ ସମସ୍ତ ତଥ୍ୟ ଚୋରିହୋଇଚାଲିଥିବା ଧରାପଡ଼ିଛି। ଇଥିଓପିଆ ସ୍ଥିତ ଆଫ୍ରିକୀୟ ସଂଘର ମୁଖ୍ୟ କାର୍ଯ୍ୟାଳୟ ଚାଲୁଥିବା ଏହି କୋଠାରୁ ପ୍ରତ୍ୟହ ବିଳମ୍ବିତ ରାତିରେ ତଥ୍ୟସବୁ ସାଂଘାଇ ସ୍ଥିତ ସର୍ଭରକୁ କପି ହୋଇ ପଳାଉଥିବା ଜଣାପଡ଼ିଛି। ଦୀର୍ଘ ୫ ବର୍ଷ ଧରି ଚାଲିଥିବା ଚୀନ୍‌ର ଏହି ବିଶ୍ୱାସଘାତକତା ଏବେ ଆଫ୍ରିକୀୟ ସଂଘ ପାଇଁ ଚିନ୍ତାର କାରଣ ପାଲଟିଛି। ଏସିଆର ସବୁଠୁ ଶକ୍ତିଶାଳୀ ବୋଲାଉଥିବା ଚୀନ୍‌ ବିଶ୍ୱ ସମୁଦାୟ ନିକଟରେ ନିଜର ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଆଫ୍ରିକୀୟ ସଂଘ ସହ କରିଥିବା ଏଭଳି କୃତଘ୍ନତା ତା’କୁ ବିଶ୍ୱ ଦରବାରରେ ନିନ୍ଦିତ କରିଦେଇଛି।
୨୦୧୨ ମସିହାରେ ଇଥିଓପିଆର ରାଜଧାନୀ ଆଦିସ୍‌ଆବାବା ଠାରେ ଆଫ୍ରିକୀୟ ସଂଘର ମୁଖ୍ୟ କାର୍ଯ୍ୟାଳୟର ନୂତନ କୋଠା ଉଦ୍‌ଘାଟିତ ହୋଇଥିଲା। କୋଡ଼ିଏ କୋଟି ଆମେରିକୀୟ ଡଲାର ମୂଲ୍ୟର ଉକ୍ତ କୋଠାକୁ ଚୀନ୍‌ ନିର୍ମାଣ କରିବା ସହ ତାହାକୁ ‘ଆଫ୍ରିକାର ବନ୍ଧୁମାନଙ୍କୁ ଚୀନ୍‌ର ଦାନ’ ବୋଲି ଅଭିହିତ କରିଥିଲା। ଏପରିକି ଉକ୍ତ କୋଠାରେ ଚୀନ୍‌ ନିଜ ଖର୍ଚ୍ଚରେ ସମସ୍ତ କମ୍ପ୍ୟୁଟର ଖଞ୍ଜିବା ସହ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ଯୋଗାଇଥିଲା। ତେବେ ଏହା ପଛରେ ରହିଥିବା ଚୀନ୍‌ର ଅଭିସନ୍ଧିକୁ ବନ୍ଧୁ ଆଫ୍ରିକୀୟ ସଂଘ ସେତେବେଳେ ଠଉରାଇ ପାରିନଥିଲେ।

ସମ୍ବନ୍ଧିତ ଖବର