ନୂଆଦିଲ୍ଲୀ: ଇସଲାମିକ ଷ୍ଟେଟ୍ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ)ର ଟିମ୍ ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୧ଟି ସ୍ଥାନରେ ଚଢ଼ଉ କରି ୧୫ ଜଣ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀ ପୁନେରୁ ଆସିଥିଲେ ଏବଂ ସେମାନେ ଇସଲାମିକ ଷ୍ଟେଟ୍ର ସାଂଗଠନିକ ବିସ୍ତାର କରିଥିଲେ। ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। କର୍ଣ୍ଣାଟକର କେତେକ ସ୍ଥାନରେ ଏବଂ ମହାରାଷ୍ଟ୍ରର ପୁନେ, ଥାନେ ଗ୍ରାମୀଣ, ଥାନେ ସହର ଏବଂ ମୀରା ଭାୟନ୍ଦରରେ ଚଢ଼ଉ କରାଯାଇଛି। ଜାତୀୟ ତଦନ୍ତକାରୀ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାରେ ଅନ୍ତର୍ଜାତୀୟ ସଂପୃକ୍ତି ଏବଂ ବିଦେଶୀ ଆଇଏସ୍ଆଇଏସ୍ ହ୍ୟାଣ୍ଡଲରଙ୍କ ସମ୍ପୃକ୍ତି ଥିବା ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଭାରତ ଭିତରେ ଆଇଏସ୍ଆଇଏସ୍ର ଉଗ୍ରବାଦୀ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ପ୍ରତିଶ୍ରୁତିବଦ୍ଧ ଲୋକମାନଙ୍କର ଏକ ଜଟିଳ ନେଟୱର୍କର ପର୍ଦ୍ଦାଫାସ କରାଯାଇଛି। ଏହି ନେଟୱର୍କ ମହାରାଷ୍ଟ୍ରର ଏକ ଗ୍ରାମକୁ ମୁକ୍ତାଞ୍ଚଳ ଘୋଷଣା କରିଥିଲା ଏବଂ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (ଆଇଇଡି) ନିର୍ମାଣରେ ସମ୍ପୃକ୍ତ ଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp