ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହି ପରିବାର ଲୋକ ପାଇଥିଲେ ଚାକିରି, ୧୧ବର୍ଷ ପରେ ଜୀବିତ ମିଳିଲେ ବ୍ୟକ୍ତି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ରେଳ ବିଭାଗ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ୨୦୧୦ ମସିହାରେ ଜାନେଶ୍ୱରୀ ଏକ୍ସପ୍ରେସ୍ ସହିତ ଏକ ଦୁର୍ଘଟଣା ଘଟିଥିଲା । ​​ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କୁ ମୃତ ବୋଲି କହି ତାଙ୍କ ପରିବାର ଲୋକ କ୍ଷତିପୂରଣ ଓ ଚାକିରି ପାଇଥିଲେ।

୧୧ ବର୍ଷ ପରେ ଏବେ ଖବର ମିଳିଛି କି  ଜାନେଶ୍ୱରୀ ଏକ୍ସପ୍ରେସ୍ ସହିତ ଦୁର୍ଘଟଣା ଘଟି ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା ସେ ଏବେ ଜୀବିତ ଅଛନ୍ତି । ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସିବିଆଇ ଉକ୍ତ ବ୍ୟକ୍ତିଙ୍କ ଭଉଣୀ ଓ ତାଙ୍କ ପିତାଙ୍କୁ ଡାକି ପଚରାଉଚରା କରୁଛି ।

ପ୍ରକାଶିତ ରିପୋର୍ଟ ମୁତାବକ,  ମେ ୨୦୧୦ରେ ଝାରବାହୀ ନିକଟରେ ମାଲବାହୀ ଗାଡି ସହ ହାଓ୍ୱଡା-ମୁମ୍ବାଇ ଜାନେଶ୍ୱରୀ ଏକ୍ସପ୍ରେସ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣାରେ ୧୪୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । ଅନେକ ବଗି ଲାଇନଚ୍ୟୁତ ବି ହୋଇଥିଲା । ଏହାପରେ ଜଣେ ବ୍ୟକ୍ତି ଦାବି କରି କହିଥିଲେ ଯେ ଏହି ଟ୍ରେନ ଦୁର୍ଘଟଣାରେ ତାଙ୍କ ପୁଅର ମୃତ୍ୟୁ ହୋଇଛି ।

ଏହାପରେ ରେଳବାଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଏବଂ କ୍ଷତିପୂରଣ ପ୍ରଦାନ କରିଥିଲା । ଫଳରେ ଉକ୍ତ ମୃତ ବ୍ୟକ୍ତିଙ୍କ ଭଉଣୀ ପୂର୍ବ ରେଳବାଇର ସିଗନାଲ୍ ବିଭାଗରେ ଚାକିରି ପାଇଥିଲେ । କିନ୍ତୁ ନିକଟରେ ଏକ ଖବର ଆସିଛି କି ମୃତ ବ୍ୟକ୍ତି ଜଣକ ଜୀବିତ ଅଛନ୍ତି।

ସମ୍ବନ୍ଧିତ ଖବର