ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ କେନ୍ଦ୍ର ମନ୍ତ୍ରୀ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଗୁଜରାଟରୁ ଖାଲି ପଡ଼ିଥିବା ଦୁଇ ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଶୁକ୍ରବାର ଦିନ ଏସ୍ ଜୟଶଙ୍କର ବିଜୟ ଲାଭ କରିଥିଲେ।

ଜୟଶଙ୍କରଙ୍କ କଂଗ୍ରେସ ଦଳର ପ୍ରତିଦ୍ୱନ୍ଦ୍ୱୀ ଗୌରଭ ପାଣ୍ଡ୍ୟାଙ୍କୁ ମାତ୍ର ୭୦ ଭୋଟ୍‌ ମିଳିଥିବା ବେଳେ ତାଙ୍କୁ ମିଳିଥିଲା ୧୦୪ ଖଣ୍ଡ ଭୋଟ୍‌।

Hindustan Times

ଉଲ୍ଲେଖଯୋଗ୍ୟ, ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଅମିତ ଶାହା ଏବଂ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ଗୁଜୁରାଟରେ ୨ଟି ରାଜ୍ୟସଭା ଆସନ ଖାଲି ପଡ଼ିଥିଲା।

ସମ୍ବନ୍ଧିତ ଖବର