ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ: ୫୦ ଡିଗ୍ରି ପାର୍‌ ହୋଇପାରେ ତାପମାତ୍ରା

ଜୟପୁର: ରାଜସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗୁରୁବାର ରାଜସ୍ଥାନର ବାଡମେର ସହରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବାଡମେରରେ ଦିନର ସର୍ବାଧିକ ତାପମାତ୍ରା ୪୮ ଦଶମିକ ୮ ଡିଗ୍ରୀ ରେକର୍ଡ କରାଯାଇଛି । ଲୁ ପ୍ରଭାବରେ ରାଜସ୍ଥାନରେ ୬ ଜଣଙ୍କ ମତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦିନର ଅସହ୍ୟ ତାପମାତ୍ରାକୁ ଆଖିରେ ରଖି ବାଡମେର ସହରରେ ପ୍ରଶାସନ ପକ୍ଷରୁ ପାଣି ସିଂଚନ କରାଯାଉଛି । ସ୍ଥିତିକୁ ଆଖିରେ ରଖି ରାଜସ୍ଥାନର ୨୨ ଜିଲ୍ଲାକୁ ରେଡ ଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୨ ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ସରକାରଙ୍କ ନିର୍ଦ୍ଦେଶକୁ ଅଣଦେଖା କରି କୌଣସି ଘରୋଇ ସ୍କୁଲ ଖୋଲିଲେ ତାଙ୍କ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ରାଜସ୍ଥାନରେ ଗତ ୭ ଦିନ ହେବ ଗୀଷ୍ମ ପ୍ରଭାହ ଜାରି ରହିଛି। ତାପମାତ୍ରା ୪୪ରୁ ୪୮ ଡିଗ୍ରି ମଧ୍ୟରେ ରହିଆସୁଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ୨-୩ ଦିନ ବଢ଼ିପାରେ।

ସମ୍ବନ୍ଧିତ ଖବର