ନୂଆଦିଲ୍ଲୀ: ଗତ ବୁଧବାର ତାମିଲନାଡୁର ନୀଳଗିରି ପାହାଡରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସଂପର୍କରେ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ କ୍ରମଶଃ ଆସିବାରେ ଲାଗିଛି।

Advertisment

ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶିବ କୁମାର । ସେ ଏହି ଭୟାବହ ଦୁର୍ଘଟଣାର ଦୃଶ୍ୟ ମନେ ପକାଇ କାନ୍ଦିକାନ୍ଦି କହିଛନ୍ତି, ‘‘ମୁଁ ଜଣେ ଠିକାଦାର। ଗତ ବୁଧବାର ଅପରାହ୍ନରେ ନୀଳଗିରିର କୁନ୍ନୁର ନିକଟରେ ଯେତେବେଳେ  ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେଲା ମୁଁ ମୋ ଭାଇଙ୍କୁ ଭେଟିବାକୁ ଯାଉଥିଲି। ସେ ଏକ ଚା ବଗିଚାରେ କାମ କରନ୍ତି ।’’bipin rawat news: দুর্ঘটনার পরে জল চেয়েছিলেন আহত রাওয়াত! দাবি প্রত্যক্ষদর্শীর - bipin rawat copter crash update one eyewitness claims that he saw chief of defence staff general bipin rawat alive ...

‘‘ ମୁଁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଖସିବା ଓ ସେଥିରେ ଲାଗିଥିବା ନିଆଁରେ ଲୋକେ ପୋଡି ହୋଇଯାଉଥିବା ଦେଖିଛି। ମୋ ସହିତ ଅନ୍ୟ କିଛି ଲୋକ ବି ଘଟଣାସ୍ଥଳରେ ଥିଲେ। ଆମେ ତିନି ଜଣଙ୍କୁ ହେଲିକପ୍ଟରରୁ ତଳେ ପଡ଼ିଥିବାର ଦେଖିଛୁ। ସେମାନଙ୍କ ମଧ୍ୟରୁ ଦୁଇଜଣ ଜୀବିତ ଥିଲେ। ଆମେ ସେମାନଙ୍କୁ ନିଆଁ ଭିତରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲୁ। ‌ଦୁହିଁଙ୍କ ମଧ୍ୟରୁ ଜଣେ ମୋତେ ପାଣି ମାଗିଥିଲେ। ଆମେ ତାଙ୍କୁ ନିଆଁ ଭିତରୁ ଟାଣି ଆଣିଥିଲୁ। ଏହାପରେ ଉଦ୍ଧାରକାରୀ ଦଳ ତାଙ୍କୁ ନେଇ ଯାଇଥିଲେ। ତିନି ଘଣ୍ଟା ପରେ ମୋତେ କେହି ଜଣେ ଜେନେରାଲ ବିପିନ ରାୱତଙ୍କ ଫଟୋ ଦେଖାଇଥିଲା।ସେତେବେଳେ ମୁଁ ସ୍ତବ୍ଧ ହୋଇ ଯାଇଥିଲି। କାରଣ ମୁଁ ଯାହାଙ୍କୁ ଉଦ୍ଧାର କରିଥିଲି ସେ ହିଁ ଥିଲେ ସେନା ମୁଖ୍ୟ ବିପିନ ରାୱତ। ସେ ପିଇବା ପାଇଁ ପାଣି ମାଗିଥି‌ଲେ। କିନ୍ତୁ ମୁଁ ତାଙ୍କୁ ଦେଇ ପାରି ନଥିଲି। ଏହି କାରଣରୁ କାଲି ସାରା ରାତି ଶୋଇ ପାରି ନଥିଲି। ଶେଷରେ ଜାଣିଲି ଜେନେରାଲ ବିପିନ୍ ରାୱତ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁବରଣ କରିଛନ୍ତି। ବହୁତ ଦୁଃଖ ଲାଗିଲା। ଯିଏ ଆମ ଦେଶ ପାଇଁ ଏତେ କିଛି କରିଛନ୍ତି, ସେ ଏଭଳି ଚାଲିଯିବାଟା ବିଶ୍ବାସ ହେଉ ନାହିଁ।’’

ଏଭଳି ଅନେକ ହୃଦୟସ୍ପର୍ଶୀ ଘଟଣା ଏବେ ସାମ୍ନାକୁ ଆସିବାରେ ‌ଲାଗିଛି। ଏହି ଦୁର୍ଘଟଣାରେ ଜୀବନ ହାରିଥିବା ବୀରମାନଙ୍କୁ ଦେଶ ଝୁରୁଛି।