କିବ୍ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ରୁଷ ସେନାକୁ ବଡ଼ ସଫଳତା ମିଳିଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଏହାର ସେନା ୟୁକ୍ରେନରେ ଏକ ଆମେରିକା ନିର୍ମିତ ଏଫ-୧୬ ଲଢ଼ୁଆ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଛି। ତଥାପି, କେଉଁ ସ୍ଥାନରେ ଏହା ହୋଇଖିଲା ତାହା ରୁଷ ପ୍ରକାଶ କରିନାହିଁ। ଏହା ପ୍ରଥମ ଥର ଯେତେବେଳେ ରୁଷ ଏକ ଏଫ-୧୬ ନଷ୍ଟ କରିବାର ଘୋଷଣା କରିଛି। "ୟୁକ୍ରେନୀୟ ବାୟୁସେନାର ଏକ ଏଫ-୧୬ ବିମାନକୁ ବାୟୁ ପ୍ରତିରକ୍ଷା ଉପାୟ ଦ୍ୱାରା ଗୁଳି କରି ଖସାଇ ଦିଆଯାଇଛି," ରୁଷ ମନ୍ତ୍ରଣାଳୟ ଏହାର ବ୍ରିଫିଂରେ କହିଛି।
ପୂର୍ବରୁ ଶନିବାର ଦିନ, ୟୁକ୍ରେନୀୟ ବାୟୁସେନା ଏହାର ଗୋଟିଏ ଏଫ-୧୬ ଲଢ଼ୁଆ ବିମାନ ହରାଇଥିବା ସୂଚନା ଦେଇଥିଲା। ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଆଶଙ୍କା କରାଯାଉଥିଲା ଓ ଦୁର୍ଘଟଣାର କାରଣ ଖୋଜିବା ପାଇଁ ଏକ ଆନ୍ତଃବିଭାଗୀୟ କମିସନ ଗଠନ କରାଯାଇଥିଲା।
ପୂର୍ବରୁ ଶନିବାର ଦିନ, ୟୁକ୍ରେନୀୟ ବାୟୁସେନା ଏହାର ଗୋଟିଏ ଏଫ-୧୬ ଲଢ଼ୁଆ ବିମାନ ହରାଇଥିବା ସୂଚନା ଦେଇଥିଲା। ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଆଶଙ୍କା କରାଯାଉଥିଲା ଓ ଦୁର୍ଘଟଣାର କାରଣ ଖୋଜିବା ପାଇଁ ଏକ ଆନ୍ତଃବିଭାଗୀୟ କମିସନ ଗଠନ କରାଯାଇଥିଲା। ତେବେ ରୁଷର ଘୋଷଣା ସ୍ଥିତି ଏକ ଭିନ୍ନ ମୋଡ ନେଇଛି ।
ବିବିସି ୟୁକ୍ରେନ ଏକ ୟୁକ୍ରେନୀୟ ସୂତ୍ରକୁ ଉଦ୍ଧାର କରି କହିଛି ଯେ ଋଷୀୟ ସେନା ଦ୍ୱାରା ଏଫ-୧୬କୁ ଗୁଳି କରି ଖସାଇ ଦିଆଯାଇଛି। "ରୁଷ ପକ୍ଷରୁ ଏଫ-୧୬ ବିମାନ ଉପରେ ତିନୋଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ। ଏଗୁଡ଼ିକ ଏସ-୪୦୦ ଲାଣ୍ଡ ବେସଡ୍ ସିଷ୍ଟମରୁ ଗାଇଡେଡ୍ ଏୟାରକ୍ରାଫ୍ଟ ମିସାଇଲ୍ କିମ୍ବା ଆର-୩୭ ଏୟାର-ଟୁ-ଏୟାର ମିସାଇଲ୍ ଥାଇପାରେ," ରିପୋର୍ଟରେ କୁହାଯାଇଛି ।