ବେଲଜିୟମ୍: ୧୯ ମିଲିୟନ ଡଲାର (ପ୍ରାୟ ୧୪୦ କୋଟିରୁ ଉର୍ଦ୍ଧ୍ୱ) ମୂଲ୍ୟର ଏକ ଏଫ୍-୧୬ ଫାଲକନ୍ ଲଢ଼ୁଆ ଜେଟ୍ ବିମାନରେ ବିସ୍ଫୋରଣ ଘଟି ବିମାନଟି ସଂପୂର୍ଣ୍ଣ ରୁପେ ଜଳି ନଷ୍ଟ ହୋଇ ଯାଇଥିବା ବେଳେ ଏହାର ପ୍ରଭାବରେ ଅନ୍ୟ ଦୁଇଟି ଲଢ଼ୁଆ ବିମାନ ମଧ୍ୟ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇ ପଡ଼ିଛି। ଏହି ଦୁର୍ଘଟଣା ଘଟିଛି ବେଲଜିୟମ୍ ବାୟୁସେନା ଏୟାର ବେସ୍ରେ।
/sambad/media/post_attachments/wp-content/uploads/2018/10/B1-1.jpg)
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବେଲଜିୟମ୍ର ଫ୍ଲୋରେନସ୍ ଏୟାର ବେସ୍ର ହାଙ୍ଗରରେ ମରାମତି ଅପେକ୍ଷାରେ ରହିଥିବା ଏକ ଏଫ୍-୧୬ ଫାଲକନ୍ ଲଢ଼ୁଆ ଜେଟ୍ ବିମାନରେ ମରାମତି କାର୍ଯ୍ୟ କରୁଥିଲେ ଦୁଇଜଣ କର୍ମଚାରୀ। ବିମାନଟିରେ ଆବଶ୍ୟକ ପଡ଼ୁଥିବା େଓ୍ଵଲଡିଂ କାର୍ଯ୍ୟକୁ ସଂପନ୍ନ କରିବା ପାଇଁ ଜଣେ କର୍ମଚାରୀ ହାତରେ ଧରିଥିବା େଓ୍ଵଲଡିଂ ରଡ୍ଟିରେ ଅଗ୍ନି ସଂଯୋଗ କରିଦେବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା। ଦୁଇ କର୍ମଚାରୀ ମରାମତି କାର୍ଯ୍ୟ କରୁଥିବା ଏଫ୍-୧୬ ଫାଲକନ୍ ଲଢ଼ୁଆ ଜେଟ୍ ବିମାନରେ ଏହି ଅଗ୍ନିକାଣ୍ଡ ଫଳରେ ଭୟଙ୍କର ବିସ୍ଫୋରଣ ଘଟି ବିମାନଟି ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲା। ଏଥିସହ ଏୟାରବେସ୍ ହାଙ୍ଗରରେ ଏହି ବିମାନ ନିକଟରେ ଟ୍ରେନିଂ କାର୍ଯ୍ୟକ୍ରମରୁ ଫେରି ପାର୍କିିଂ ହୋଇଥିବା ଅନ୍ୟ ଦୁଇଟି ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା।
/sambad/media/post_attachments/wp-content/uploads/2018/10/B3.jpg)
ତେବେ, ଏୟାରବେସ କଣ୍ଟ୍ରୋଲ ରୁମ୍ରୁ ଏ ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିଥଲେ ମଧ୍ୟ ବିସ୍ଫୋରଣ ଘଟିଥିବା ବିମାନଟି ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲା। ଏହି ଦୁର୍ଘଟଣାରେ ବିମାନ ମଧ୍ୟରେ କାର୍ଯ୍ୟ କରୁଥିବା ଦୁଇ କର୍ମଚାରୀ ଗୁରୁତର ଭାବେ ଆତହ ହୋଇଥିଲେ ମଧ୍ୟ ସୌଭାଗ୍ୟ କ୍ରମେ ବଞ୍ଚି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/B2.jpg)