ତିରୁଅନନ୍ତପୁରମ୍ : ଭାରତ ଏବେ ଏକ ୫ମ ପିଢିର ଲଢୁଆ ବିମାନ କିଣିବାକୁ ବିଚାର କରୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତକୁ ଏଫ-୩୫ କିଣିବାକୁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଭାରତ ରୁଷ ନିର୍ମିତ ସୁଖୋଇ-୫୭ କିଣିବାକୁ ବିଚାର କରୁଛି । ସେପଟେ ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ନାଟୋ ଦେଶମାନେ ନିଜ ନିଜର ଲଢୁଆ ବିମାନଗୁଡ଼ିକୁ ପ୍ରସ୍ତୁତ ରଖିଛନ୍ତି । ଏପରିସ୍ଥିତିରେ ଭାରତରେ ଏଫ-୩୫ ବିମାନ ଓହ୍ଲାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବ ନିଶ୍ଚୟ । 

Advertisment

କିନ୍ତୁ ଏହା ସତ । ବ୍ରିଟେନର ଏକ ଏଫ-୩୫ବି ଲଢୁଆ ବିମାନ ଭାରତରେ ଓହ୍ଲାଇଛି । ଏହି ବିମାନଟି ବ୍ରିଟିସ ବିମାନବାହୀ ଯୁଦ୍ଧଜାହାଜ ଏଚଏମଏସ ପ୍ରିନ୍ସ ଅଫ ଓ୍ବେଲସରେ ମୁତୟନ ଥିଲା। ତେବେ ଭାରତ ମହାସାଗରରେ ଭାରତୀୟ ବାୟୁସୀମା ବାହାରେ ଉଡ଼ୁଥିବାବେଳେ ଏଥିରେ କେତେକ ବୈଷୟିତ ତ୍ରୁଟି ଦେଖାଯାଇଥିଲା । ଏହା ପରେ ଏହି ବିମାନକୁ ଭାରତୀୟ ବାୟୁସେନାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଚିହ୍ନଟ କରିଥିଲା । ତେବେ ବାୟୁସେନାର ଅନୁମତି ପରେ ଏହାକୁ ଭାରତୀୟ ବାୟୁସୀମାରେ ପ୍ରବେଶ ଅନୁମତି ମିଳିଥିଲା । ଏହା ପରେ ଏଫ-୩୫ଟି ତିରୁଅନନ୍ତପୁରମ ଏୟାରପୋର୍ଟରେ ଓହ୍ଲାଇଥିଲା । ଏବେ ଭାରତୀୟ ବାୟୁସେନା ପକ୍ଷରୁ ଏହାକୁ ସବୁପ୍ରକାରର ବୈଷୟିକ ସହାୟତା ଦିଆଯାଉଛି ।