ତିରୁଅନ୍ତପୁରମ: ଗତ ୪ ଦିନ ହେଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରେ ନିର୍ମିତ ସବୁଠାରୁ ବିପଦପୂର୍ଣ୍ଣ ଲଢ଼ୁଆ ବିମାନ ଏଫ-୩୫ବି ଭାରତରେ ଅଛି । ଏହି ବିମାନଟି ବ୍ରିଟିଶ ନୌସେନାର, ଯାହାକି ଯାନ୍ତ୍ରିକ ତ୍ରୁଟିର ସମସ୍ୟା ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଏପରି ପରିସ୍ଥିତିରେ, ଏହି ଅତ୍ୟାଧୁନିକ ଲଢ଼ୁଆ ବିମାନ ଫେରି ପାରୁନାହିଁ। ଏହାର ତ୍ରୁଟିକୁ ସଜଡ଼ିବାକୁ ଭାରତୀୟ ବାୟୁସେନା ଓ ବ୍ରିଟିଶ ବାୟୁସେନାର ଇଂଜିନିୟରମାନେ ଉଦ୍ୟମ କରୁଛନ୍ତି । 

Advertisment

ଏହି ବିମାନଟି ବ୍ରିଟିସ ବିମାନବାହୀ ଯୁଦ୍ଧଜାହାଜ ଏଚଏମଏସ୍ ପ୍ରିନ୍ସ ଏଫ ଓ୍ବେଲସରେ ଏହି ବିମାନଟି ମୁତୟନ ଥାଏ । ତେବେ ଭାରତ ମହାସାଗରରେ ଭାରତୀୟ ବାୟୁସୀମା ବାହାରେ ଉଡ଼ୁଥିବାବେଳେ ଏଥିରେ କେତେକ ବୈଷୟିତ ତ୍ରୁଟି ଦେଖାଯାଇଥିଲା । ଏହା ପରେ ଏହି ବିମାନକୁ ଭାରତୀୟ ବାୟୁସେନାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା (ସମନ୍ୱିତ ବାୟୁ କମାଣ୍ଡ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା) ଚିହ୍ନଟ କରିଥିଲା । ତେବେ ବାୟୁସେନାର ଅନୁମତି ପରେ ଏହାକୁ ଭାରତୀୟ ବାୟୁସୀମାରେ ପ୍ରବେଶ ଅନୁମତି ମିଳିଥିଲା । ଏହା ପରେ ଏଫ-୩୫ଟି ତିରୁଅନନ୍ତପୁରମ ଏୟାରପୋର୍ଟରେ ଓହ୍ଲାଇଥିଲା ।