ଖୁବଶୀଘ୍ର ବ୍ରିଟେନ ଫେରିବ ଭାରତରେ ଥିବା ଏଫ-୩୫ବି ବିମାନ

ଭାରତରେ ଗୋଟିଏ ମାସ ଧରି ଫସି ରହିଥିବା ବ୍ରିଟେନର ଏଫ-୩୫ବି ଲଢୁଆ ବିମାନ ସଂପର୍କରେ ଏକ ବଡ଼ ଖବର । ଏହା ଶୀଘ୍ର ବ୍ରିଟେନ ଫେରିପାରେ। କାରଣ ଏହାର ତ୍ରୁଟି ସଜଡ଼ା ଯାଇଛି । 

deccanherald_2025-07-21_diu63iws_GwXZamHXMAAtzWu

ତିରୁଅନନ୍ତପୁରମ: ଭାରତରେ ଗୋଟିଏ ମାସ ଧରି ଫସି ରହିଥିବା ବ୍ରିଟେନର ଏଫ-୩୫ବି ଲଢୁଆ ବିମାନ ସଂପର୍କରେ ଏକ ବଡ଼ ଖବର  । ଏହା ଶୀଘ୍ର ବ୍ରିଟେନ ଫେରିପାରେ। କାରଣ ଏହାର ତ୍ରୁଟି ସଜଡ଼ା ଯାଇଛି । 

କିଛି ଦିନ ତଳେ ମରାମତି ପାଇଁ ହ୍ୟାଙ୍ଗରକୁ ଯିବା ପରେ, ସୋମବାର ପ୍ରଥମ ଥର ପାଇଁ ଏହା ହାଙ୍ଗର ବାହାରକୁ ଆସିଥିଲା।  ସୂତ୍ର ଅନୁଯାୟୀ, ବିମାନର ମରାମତି କାର୍ଯ୍ୟ ସମାପ୍ତ ହୋଇଛି। ଶେଷ ଉଡ଼ାଣ ପୂର୍ବରୁ ଅନ୍ୟ କିଛି ଯାଞ୍ଚ କରାଯିବ, ତା'ପରେ ଏହା ଛାଡ଼ିବ। 

୩୭ ଦିନ ପାଇଁ ଭାରତରେ ଠିଆ ହୋଇଥିବା ଏଫ-୩୫କୁ ସଜାଡ଼ିବା ପାଇଁ ୟୁକେରୁ ବୈଷୟିକ କର୍ମଚାରୀ ଜୁଲାଇ ୬ରେ ଭାରତରେ ପହଞ୍ଚିଥିଲେ। ଏହି ଦଳରେ ୧୪ ଜଣ ବୈଷୟିକ ବିଶେଷଜ୍ଞ ଏବଂ ୧୦ ଜଣ ରୟାଲ ଏୟାରଫୋର୍ସ କ୍ରୁ ସମେତ ମୋଟ ୨୪ ଜଣଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ପହଞ୍ଚିବା ପରେ ହିଁ ବିମାନକୁ ହ୍ୟାଙ୍ଗରକୁ ନିଆଯାଇଥିଲା। ତେବେ ବିମାନର ଫେରିବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ସୂଚନା ଅନୁସାରେ ଯାନ୍ତ୍ରିକ ତ୍ରୁଟିର ସମାଧାନ କରାଯାଇଛି ଓ ଏହା ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ । ୟୁକେରୁ ବୈଷୟିକ ଦଳ ବିମାନର ଉଡ଼ାଣର ଗୋଟିଏ କିମ୍ବା ଦୁଇ ଦିନ ପରେ ଭାରତ ଛାଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe