ଫେସବୁକ୍‌କୁ ମିଳିଛି ୧୭ କୋଟି ଟଙ୍କାର ନିର୍ବାଚନୀ ବିଜ୍ଞାପନ

ନୂଆଦିଲ୍ଲୀ : ଚଳିତ ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆରେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳ ଦ୍ବାରା ଦିଆଯାଉଥିବା ବିଜ୍ଞାପନ ଟ୍ରେଣ୍ଡ୍ ଆଶାତୀତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେଇଛି ଏବଂ ଆଗକୁ ଆଉ ୪ଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି। ଏସବୁ ପର୍ଯ୍ୟାୟରେ ରାଜନୈତିକ ଦଳମାନଙ୍କ ଦ୍ବାରା ସୋସିଆଲ ମିଡିଆ ଜରିଆରେ ପ୍ରଚାର କାର୍ଯ୍ୟ ଜୋରଦାର କରାଯିବ। ଚଳିତ ବର୍ଷ ଫେବ୍ରୁଆରି ମାସରୁ ଆଜି ସୁଦ୍ଧା ଫେସବୁକ୍‌କୁ ୧୭.୧୬ କୋଟି ଟଙ୍କାର ୮୪,୩୬୮ଟି ପ୍ରଚାର ବିଜ୍ଞାପନ ମିଳିଛି। ଦେଶର ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ସମେତ ଆଞ୍ଚଳିକ ଦଳ- ବି.ଜେ.ଡି., ଵାଇ.ଏସ୍.ଆର. କଂଗ୍ରେସ, ଏନ୍.ସି.ପି, ତେଲୁଗୁ ଦେଶମ୍ ପାର୍ଟି ଭଳି ଦଳ ଦ୍ବାରା ଫେସବୁକ୍‌ ବ୍ୟବହାର କରାଯାଉଛି। ଫେସବୁକ୍‌‌ରେ ବିଜ୍ଞାପନ ପାଇଁ ବିଜେପି ଦ୍ବାରା ୧.୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କଂଗ୍ରେସ ଦ୍ବାରା ୫୫ ଲକ୍ଷ ଟଙ୍କ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର