ନୂଆଦିଲ୍ଲୀ : ଦେଶର କୌଣସି ବିମାନବନ୍ଦରରେ ଏପର୍ଯ୍ୟନ୍ତ ଚେହେରା ଚିହ୍ନଟ ବ୍ୟବସ୍ଥା ନଥିବା ବେଳେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶର ଚାରିଟି ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି କେ ସିଂହ ଲୋକସଭାରେ କହିଛନ୍ତି।
ସାଂସଦ ବରୁଣ ଗାନ୍ଧୀ ଏବଂ ରାମ ଶଙ୍କର କାଥେରିଆଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ବାରଣାସୀ, ପୁଣେ, କୋଲକାତା ଏବଂ ବିଜୟୱାଡାର ବିମାନବନ୍ଦରରେ ଡିଜି ଯାତ୍ରା ଯୋଜନାରେ ଫେସ୍ ଡିଟେକ୍ସନ ବ୍ୟବସ୍ଥା ହେବ। ପ୍ରସ୍ତାବିତ ଡିଜି ଯାତ୍ରା ସେଣ୍ଟ୍ରାଲ ଇକୋ-ସିଷ୍ଟମ ମାର୍ଚ ୨୦୨୨ରୁ ସକ୍ରିୟ କରିବାକୁ ଯୋଜନା କରାଯାଇଛି। ଦେଶର ବିଭିନ୍ନ ବିମାନବନ୍ଦରରେ ଏହାକୁ ଗ୍ରହଣ କରିବା ପାଇଁ ପର୍ଯ୍ୟାୟକ୍ରମେ ନିରୀକ୍ଷଣ କରାଯିବ। ଡିଜି ଯାତ୍ରୀ ନୀତି ଅନୁଯାୟୀ ଯାତ୍ରୀଙ୍କ ପାଇଁ ଏହି ପଞ୍ଜୀକରଣ ଇଚ୍ଛାଧୀନ ଅଟେ। ଡିଜି ଯାତ୍ରାର ସେବା ପାଇବା ପାଇଁ ଯାତ୍ରୀମାନେ ସମ୍ପୃକ୍ତ ବିମାନ ବନ୍ଦରର ବାୟୋମେଟ୍ରିକ୍ ବୋର୍ଡିଂ ସିଷ୍ଟମକୁ ଏକ ଆପ୍ ମାଧ୍ୟମରେ ଯାତ୍ରା ବିବରଣୀ ପଠାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/air.jpg)