ନୂଆଦିଲ୍ଲୀ:ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡିକ ନିଜର ପ୍ରଚାରପାଇଁ ସୋସିଆଲ୍ ମିଡିଆ ଉପରେ ଅଧିକ ଧ୍ୟାନ ଦେଉଥିବା ଜଣାଯାଇଛି। ଏଥିରେ ଭାରତୀୟ ଜନତା ପାର୍ଟି ସବୁଠାରୁ ଆଗରେ ରହିଥିବା କୁହାଯାଉଛି। ଲୋକସଭା ନିର୍ବାଚନ ପୂର୍ବରୁ ଫେସବୁକ୍ରେ ବିଜ୍ଞାପନ ଦେଇ ଦଳର ପ୍ରଚାର କରିବା ପ୍ରସଙ୍ଗରେ ଭାଜପା ଅନ୍ୟ ଦଳମାନଙ୍କୁ ପଛରେ ପକାଇ ଦେଇଛି।
/sambad/media/post_attachments/wp-content/uploads/2019/03/narendra-modi-amit-shah-620x400.jpg)
ଫେସବୁକ୍ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ ଫେବୃଆରି ମାସରେ ଭାରତୀୟ ଜନତା ପାର୍ଟି ଓ ତାର ସହଯୋଗୀ ରାଜନୈତିକ ଦଳମାନେ ବିଜ୍ଞାପନ ବାବଦରେ ୨କୋଟି ୩୭ଲକ୍ଷ ଟଙ୍କା ବ୍ୟୟ କରିଛନ୍ତିି। ଅପରପକ୍ଷରେ ଆଞ୍ଚଳିକ ଦଳ ଗୁଡିକ ଏହି ବାବଦରେ ଫେସବୁକ୍ରେ ୧୯ ଲକ୍ଷ ୮୦ ହଜାର ଟଙ୍କା, କଂଗ୍ରେସ ଓ ତା’ର ସହଯୋଗୀ ଦଳ ଗୁଡିକ ୧୦ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।
ଆଞ୍ଚଳିକ ଦଳ ଗୁଡିକ ମଧ୍ୟରେ ବିଜୁ ଜନତା ଦଳ, ତେଲୁଗୁ ଦେଶମ୍ ପାର୍ଟି,ଶିବସେନା ଓ ଓ୍ଵାଇଏସ୍ ଆର କଂଗ୍ରେସ ସବୁଠାରୁ ବେଶି ଖର୍ଚ୍ଚ କରିଥିବା ଜଣାଯାଇଛି। ଫେସବୁକ୍ ବିଜ୍ଞାପନ ଜରିଆରେ ଭାଜପାର ନିର୍ବାଚନ ପ୍ରଚାରରେ ପାର୍ଟିରମୁଖ୍ୟ ପେଜ୍ ହେଉଛି ‘ଭାରତ କେ ମନ କି ବାତ୍’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Facebook-Advertisement-of-BJP_Thumbnail.jpg)