ମସ୍କୋ: ଫେସ୍‌ବୁକ୍ ରୁଷ୍‌ର ରାଷ୍ଟ୍ରାୟତ ଗଣମାଧ୍ୟମକୁ ବାଦ୍ ଦେଇଥିବାରୁ ରୁଷିଆରେ ଫେସ୍‌ବୁକ୍‌କୁ ବ୍ଲକ୍ କରାଯାଇଛି। ନୂଆ ‘ଫେକ୍ ନ୍ୟୁଜ୍’ (ମିଛ ଖବର) ଆଇନ ବଳରେ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ବାରା ରୁଷ୍‌ର ୟୁକ୍ରେନ୍ ଯୁଦ୍ଧ ବିଦେଶୀ କର୍ପୋରେସନଗୁଡ଼ିକ ସହ ଯୁଦ୍ଧକୁ ସମ୍ପ୍ରସାରିତ ହୋଇଯାଇଥିବା ଜଣାପଡ଼ିଛି। ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ କମ୍ପାନିଗୁଡ଼ିକ ସହ ବିବାଦ ବଢ଼ିଛି। ଶୁକ୍ରବାର ରୁଷିଆ କେତେକ ମିଡ଼ିଆ କମ୍ପାନିକୁ ବ୍ଲକ୍ କରିଛି। ମାଇକ୍ରୋସଫ୍ଟ ଓ ଭିଡ଼ିଓ ଗେମ୍ ମେକର ଇଲେକ୍ଟ୍ରୋନିକ୍ ଆର୍ଟସ ପ୍ରମୁଖ କମ୍ପାନି ରୁଷିଆରେ ବ୍ୟବସାୟ ବନ୍ଦ ହୋଇଥିବା ଘୋଷଣା କରିଛନ୍ତି। ରୁଷିଆ କହିଛି, ଫେସ୍‌ବୁକ୍ ରୁଷ୍-ସମର୍ଥିକ ଚ୍ୟାନେଲଗୁଡ଼ିକ ଉପରେ କଟକଣା ଲଗାଇଥିବାରୁ ଦେଶରେ ଫେସ୍‌ବୁକ୍‌କୁ ବ୍ଲକ୍ କରାଗଲା। ତା’ ସହ ବିବିସି, ଡଏଚ୍ ୱେଲ ଓ ଭଏସ୍ ଅଫ୍ ଆମେରିକାର ୱେବ୍‌ସାଇଟକୁ ମଧ୍ୟ ବ୍ଲକ୍ କରାଯାଇଛି। କାରଣ ଏମାନେ ୟୁକ୍ରେନ୍ ଯୁଦ୍ଧ ନେଇ ମିଥ୍ୟା ଖବର ପରିବେଷଣ କରୁଛନ୍ତି। ଏହା ସହ ଟ୍ବିଟରକୁ ମଧ୍ୟ ବ୍ଲକ୍ କରାଯିବ ବୋଲି ରୁଷ୍ ମିଡ଼ିଆ ପକ୍ଷରୁ କୁହାଯାଇଛି।

ବିବିସି, ସିଏନ୍‌ଏନ୍‌ ସହିତ ବ୍ଲୁମ୍‌ବର୍ଗ ବି ବିଦାହେଲା

Advertisment

ମସ୍କୋ: ନିଜ ସେନା ବିରୋଧରେ ‘ମିଛ ଖବର’ ପ୍ରସାରଣ କରୁଥିବା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବିରୋଧରେ ରୁଷ୍ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଦେଶରେ ‘ଫେକ୍ ନ୍ୟୁଜ୍’ ନିୟନ୍ତ୍ରଣ ଆଇନ ବଳରେ ୟୁକ୍ରେନ୍ ଯୁଦ୍ଧ ବାବଦରେ ମିଛ ଓ ରୁଷ୍‌-ବିରୋଧୀ ଖବର ପ୍ରସାରଣ କରୁଥିବା ସଂସ୍ଥାଗୁଡ଼ିକ ବିରୋଧରେ ପୁଟିନ ସରକାର କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। ପୁଟିନ ସ୍ପଷ୍ଟ କରିଛନ୍ତି ଯେ, ମିଛ ଖବର ପ୍ରସାରଣ କଲେ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ। ଏହାପରେ ବିବିସି, ସିଏନ୍‌ଏନ୍ ଓ ବ୍ଲୁମ୍‌ବର୍ଗ ପ୍ରଭୃତି ଦେଶରେ ସେମାନଙ୍କ ସଂସ୍ଥା ବନ୍ଦ କରି ତୁରନ୍ତ ପଳାଇବାକୁ କୁହାଯାଇଛି। ୟୁକ୍ରେନ୍ ଯୁଦ୍ଧରେ ରୁଷ୍ ସେନା ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଉଥିବା ନେଇ ଖବର ପ୍ରସାରଣ କରାଯାଉଥିବାରୁ ରୁଷ୍ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ଏବଂ ଏହି ୩ ସଂସ୍ଥାକୁ ବିଦା କରିଛି।