ଯୌନ, ଆତଙ୍କ ଓ ଘୃଣା ଆଦି ବିଷୟ ଥିବା ୩୦ ନିୟୁତ ପୋଷ୍ଟ୍‍ ଉପରେ ଫେସ୍‌ବୁକ୍‌ର କଠୋର ପଦକ୍ଷେପ

ପ୍ୟାରିସ୍‌: ୨୦୧୮ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଯୌନାବେଗ ବା ପାଶବିକ ଚିତ୍ରାବଳୀ, ଆତଙ୍କବାଦ ପ୍ରଚାର ବା ଘୃଣା ଉଦ୍ଦୀପକ ଭାଷଣ ଥିବା ପ୍ରାୟ ୩୦ ନିୟୁତ ପୋଷ୍ଟ୍‍କୁ ହଟାଇ ଦେବା ସହ ଚେତାବନୀ ଜାରି କରିଥିବା କଥା ମଙ୍ଗଳବାର ଦିନ କହିଛି ଫେସ୍‌ବୁକ୍‌।

କେମ୍ପ୍ରିଜ୍‌ ଆନାଲିଟିକା ଡାଟା ପ୍ରାଇଭେସି ସ୍କାଣ୍ଡାଲ୍‌ ପରେ ସ୍ୱଚ୍ଛତା ରକ୍ଷା କରିବାକୁ ଦିଆ ଯାଇଥିବା ଆହ୍ଵାନର ଜବାବରେ ଫେସ୍‌ବୁକ୍‌ ତା’ର ‘କମ୍ୟୁନିଟି ଷ୍ଟାଣ୍ଡାର୍ଡ’ ଆଧାରରେ ଏଭଳି ବିଷୟବସ୍ତୁ ବିରୋଧରେ ବିସ୍ତତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌ ବ୍ୟବହାର କରି ଉନ୍ନତ ପ୍ରଯୁକ୍ତିବିଦ୍ୟା ସହାୟତାରେ ଫେସ୍‌ବୁକ୍‌ ଏଭଳି ବିଷୟବସ୍ତୁ ଥିବା ୩. ୪ ନିୟୁତ ପୋଷ୍ଟ୍‍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨୦୧୭ ମସିହାର ଶେଷ ତିନି ମାସ ମଧ୍ୟରେ ଏଭଳି ପୋଷ୍ଟ୍‍ର ସଂଖ୍ୟା ପ୍ରାୟ ତିନି ଗୁଣ।

ବ୍ୟବହାରକାରୀଙ୍କ ଡାଟାର ଅପବ୍ୟବହାର କରୁଥିବା ପ୍ରାୟ ୨୦୦ ଆପ୍‌କୁ ମଧ୍ୟ ସସ୍‌ପେଣ୍ଡ୍‌ କରାଯାଇଛି। ୭୩% ବଢ଼ିଥିବା ଆତଙ୍କବାଦ ପ୍ରଚାରର ବିଷୟବସ୍ତୁ ଥିବା ପ୍ରାୟ ୧.୯ ନିୟୁତ ପୋଷ୍ଟ୍‍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫେସ୍‌ବୁକ୍‌କୁ ସହାୟତା କରିଛି ଉନ୍ନତ ପ୍ରଯୁକ୍ତିବିଦ୍ୟା। ବିନା କୌଣସି ଚେତାବନୀରେ ଏ ସବୁକୁ ଉଡ଼ାଇ ଦିଆଯାଇଛି ବୋଲି ଫେସ୍‌ବୁକ୍‌ କହିଛି। ଫଟୋ ଚିହ୍ନଟ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏହା ସମ୍ଭବ ହୋଇଛି।

ପ୍ରାୟ ୨. ୫ ନିୟୁତ ଘୃଣ୍ୟ ଭାଷଣ ଥିବା ପୋଷ୍ଟ୍‍ ବିରୋଧରେ ମଧ୍ୟ ଫେସ୍‌ବୁକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ଅକ୍ଟୋବର-ଡିସେମ୍ବର ତୁଳନାରେ ଏହାର ଅଭିବୃଦ୍ଧି ପ୍ରାୟ ୫୬%।

ପ୍ରାପ୍ତବୟସ୍କ ନଗ୍ନତା ଏବଂ ଯୌନକ୍ରିୟା ବିଷୟବସ୍ତୁ ଥିବା ପୋଷ୍ଟ୍‌ଗୁଡ଼ିକ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କୁ ବ୍ୟସ୍ତ ରଖୁଛି। ଏଭଳି ପ୍ରାୟ ୨୧ ମିଲିୟନ୍‌ ପୋଷ୍ଟ୍‍ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ସମ୍ବନ୍ଧିତ ଖବର