ନୂଆଦିଲ୍ଲୀ: ବର୍ତ୍ତମାନ ଲୋକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ପଦକ୍ଷପ ନେଉଛନ୍ତି। ଜୀବନର ସଂଘର୍ଷରୁ ନିଜକୁ ବଞ୍ଚାଇବା ପାଇଁ ଲୋକେ ଆତ୍ମହତ୍ୟାକୁ ସହଜ ବାଟ ବାଛି ନେଉଛନ୍ତି। ଗତ କିଛି ଦିନ ମଧ୍ୟରେ ଅନେକ କଳାକାରଙ୍କ ସମେତ ସାଧାରଣ ଲୋକଙ୍କ ଆତ୍ମହତ୍ୟା କରିବା ଖବର ସାମ୍ନାକୁ ଆସିଛି। ଦିନକୁ ଦିନ ଏହାର ସଂଖ୍ୟା ବଢ଼ୁଥିବା ବେଳେ ଏବେ ଫେସବୁକ୍ ପାଇଁ ଜଣେ ଯୁବକଙ୍କ ଜୀବନ ବଞ୍ଚିଯାଇଥିବା ଜଣା ପଡ଼ିଛି। ଯୁବକ ଆତ୍ମହତ୍ୟା କରିବାକୁ ଯାଉଥିବା ଜାଣିପାରି ଫେସବୁକ୍ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲା, ଯାହା ପରେ ଯୁବକଙ୍କ ଜୀବନ ବଞ୍ଚାଇବାର ଅଭିଯାନ ଆରମ୍ଭ ହୋଇଥିଲା।
ସୂଚନା ମୁତାବକ, ଯୁବକ ଆତ୍ମହତ୍ୟା କରିବା ପୂର୍ବରୁ ଫେସବୁକରେ ୪ଟି ଭିଡିଓ ସେୟାର କରିଥିଲେ, ଯେଉଁଥିରୁ ତାଙ୍କର ଆତ୍ମହତ୍ୟା କରିବାର ଉଦ୍ଦେଶ୍ୟ ବିଷୟରେ ଜାଣିପାରିଥିଲା ଫେସବୁକ୍। ଭିଡିଓ ଦେଖି ଫେସବୁକ୍ ଅଧିକାରୀ ଯୁବକଙ୍କ ଫେସବୁକରେ ରେଜିଷ୍ଟର ଥିବା ଫୋନ୍ ନମ୍ବରକୁ ଯାଞ୍ଚ କରିବା ପରେ ଯୁବକ ଦିଲ୍ଲୀର ବାସିନ୍ଦା ବୋଲି ଦେଖାଇଥିଲା। ଏହା ପରେ କମ୍ପାନୀ ପକ୍ଷରୁ ଦିଲ୍ଲୀର ଡିସିପି ଅନ୍ୟସ୍ ରଏଙ୍କୁ ଫୋନ କରି ଘଟଣା ବିଷୟରେ ଜଣା ଯାଇଥିଲା। ଡିସିପି ନମ୍ବର ଯାଞ୍ଚ କରି ଯୁବକଙ୍କ ଘର ଠିକଣାରେ ପହଞ୍ଚିବା ପରେ ଘରେ ଜଣେ ମହିଳା ଥିବା ଦେଖିବାକୁ ପାଇଥିଲେ ଏବଂ ମହିଳାଜଣଙ୍କ ସଂପୂର୍ଣ୍ଣ ଠିକ୍ ଥିଲେ।
ତେବେ ମହିଳଙ୍କୁ ଘଟଣା ବିଷୟରେ ଜଣାଇବା ପରେ ପ୍ରକୃତ ଘଟଣା ଜଣା ପଡ଼ିଥିଲା। ତାଙ୍କ ଫେସବୁକ୍ ଆକାଉଣ୍ଟ ତାଙ୍କ ସ୍ବାମୀ ବ୍ୟବହାର କରୁଛନ୍ତି ଏବଂ କିଛି ଦିନ ତଳେ ସେ ତାଙ୍କ ସହ ଝଗଡ଼ା କରି ମୁମ୍ବାଇ ଚାଲିଯାଇଥିବା ମହିଳାଜଣଙ୍କ ଡିସିପିଙ୍କୁ ଜଣାଇଥିଲେ। ଏହା ଜାଣି ଦିଲ୍ଲୀ ଡିସିପି ମୁମ୍ବାଇ ଡିସିପି ରଶ୍ମୀ କରଣଦିକରଙ୍କୁ ସଂପର୍କ କରିଥିଲେ। ତେବେ ମୁମ୍ବାଇରେ ଯୁବକ ବ୍ୟବବହାର କରୁଥିବା ନମ୍ବର ବନ୍ଦ ଆସିିବାରୁୁ ତାଙ୍କ ଠିକଣା ଖୋଜି ପାଇ ନଥିଲା ମୁମ୍ବାଇ ପୁଲିସ। ଏହା ପରେ ତାଙ୍କ ମା’ଙ୍କୁ ଭିଡିଓ କଲ କରିବା ପାଇଁ କୁହାଯାଇଥିଲା। ଯୁବକଜଣଙ୍କ ଭିଡିଓ କଲ କାଟି ଅନ୍ୟ ଏକ ନମ୍ବରରୁ କଲ କରିଥିଲେ, ଯାହା ପରେ ପୁଲିସ ତାଙ୍କ ପାଖରେ ପହଞ୍ଚିପାରିଥିଲା।
ଆର୍ଥିକ ସମସ୍ୟା ଏବଂ ନବଜାତକୁ ବଡ଼ କରିବାର ଚିନ୍ତାରେ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କଥା ପୁଲିସକୁ ଜଣାଇଥିଲେ। ଫେସବୁକ୍ ଏବଂ ଦିଲ୍ଲୀ-ମୁମ୍ବାଇ ପୁଲିସର ମିଳିତ ଉଦ୍ୟମରେ ଏକ ଜୀବନ ବଞ୍ଚିପାରିଥିବାରୁ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Facebook-Saves-Life-of-a-Man-Who-Was-Attempting-Suicide_Thumbnail.jpg)