ନୂଆଦିଲ୍ଲୀ : ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନିଜକୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଜଡ଼ିତ ରଖୁଥିବାର ଗୋଟିଏ ପରେ ଗୋଟିଏ ଖବର ଆସୁଛି। କିଛି ଦିନ ତଳେ ସେ ସିଲାଇ ଶିଖି ନିଜ ଝିଅ ପାଇଁ ୩ଡି ଡ୍ରେସ୍‌ ତିଆରି କରିଥିଲେ। ଏବେ ସେ ଏକ ଖେଳରେ ଭାଗ ନେଇ ପଦକ ଜିତିଥିବା ଜଣାପଡ଼ିଛି। ଆତ୍ମରକ୍ଷା କୌଶଳ ଉପରେ ପର୍ଯ୍ୟବେସିତ ଜିଉ ଜିସୁ ଟୁର୍ଣ୍ଣାମେଣ୍ଟ୍‌ରେ ଅଂଶଗ୍ରହଣ କରି ସେ ନିଜ ଦଳ ପାଇଁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ହ୍ବାଟସ୍‌ଆପ୍ ଭଳି ସଂସ୍ଥାର ଦେଖାଶୁଣା କରୁଥିବା ଜୁକରବର୍ଗ ଏହି ସୂଚନା ଇନଷ୍ଟାଗ୍ରାମ୍‌ ଜରିଆରେ ଦେଇଛନ୍ତି।