ବିଶ୍ୱବ୍ୟାପୀ ବହୁ ଜାଗାରେ ଆଜି ମଧ୍ୟ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟସ୍‌ଆପ୍‌ ଚାଲି ପାରୁନି

ନୂଆଦିଲ୍ଲୀ: ବହୁଳ ବ୍ୟବହୃତ ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ ଆପ୍‌କୁ ବିଶ୍ୱବ୍ୟାପୀ କେତେକ ବ୍ୟବହାରକାରୀ ଆକ୍‌ସେସ୍‌ କରିବାରେ ଅସୁବିଧାରେ ସମ୍ମୁଖୀନ ହେଉଥିବା କଥା ବୁଧବାର ଦିନ ଫେସ୍‌ବୁକ୍‌ ତରଫରୁ କୁହାଯାଇଛି।

କାଲିଫର୍ଣ୍ଣିଆସ୍ଥିତ କମ୍ପାନି ମେନ୍‌ଲୋ ପାର୍କ ଟୁଇଟର୍‌ ଯୋଗେ ବ୍ୟବହାରକାରୀଙ୍କୁ ଜଣାଇଛି କି, ସମସ୍ୟାର ତୁରନ୍ତ ସମାଧାନ ଲାଗି କମ୍ପାନି କାମ କରୁଛି। ଅସୁବିଧା ଯୋଗୁଁ କେତେକ ବ୍ୟବହାରକାରୀମାନେ ୧୦ ଘଣ୍ଟା ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ। । ଏହା ଡିନାଏଲ୍‌-ଅଫ୍‌-ସର୍ଭିସ୍‌ ନୁହେଁ ବୋଲି କମ୍ପାନି କହିଛି।

ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ଏବଂ ଇଉରୋପ୍‌ର କେତେକ ଅଞ୍ଚଳରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ।

ଫେସ୍‌ବୁକ୍‌ ଆକ୍‌ସେସ୍‌ କରି ହେଉ ନ ଥିବା କଥା ସତ ବୋଲି ଫେସ୍‌ବୁକ୍‌ର ଜଣେ ମୁଖପାତ୍ର କହିଛନ୍ତି। କିନ୍ତୁ ସେବା କେବେ ଯୋଗାଇ ଦିଆଯିବ ତାହା କହି ନାହାନ୍ତି।

ସମ୍ବନ୍ଧିତ ଖବର