ଯୁକ୍ତରାଷ୍ଟ୍ର ଆମେରିକା ‘କ୍ୟାପିଟଲ୍ ହିଲ୍’ ଆକ୍ରମଣ ପରେ ଟ୍ରମ୍ପ୍ଙ୍କ ଆକାଉଣ୍ଟ୍ ବ୍ଲକ୍ କଲେ ‘ଫେସ୍ବୁକ୍’ ଓ ‘ଟୁଇଟର୍’
ସାନ୍ ଫ୍ରାନ୍ସିସ୍କୋ: ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଟ୍ରମ୍ପ୍ କରୁଥିବା ଭିତ୍ତିହୀନ ଦାବି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ‘କ୍ୟାପିଟଲ୍’ରେ ଦଙ୍ଗା ଯୋଗୁଁ ବୁଧବାର ଦିନ ‘ଫେସ୍ବୁକ୍’ ଏବଂ ‘ଟୁଇଟର୍’ ସାମୟିକଭାବେ ତାଙ୍କ ଆକାଉଣ୍ଟ୍ ବ୍ଲକ୍ କରିଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଓ୍ଵାସିଂଟନ୍ ଡି.ସି.ରେ ଅଭୂତପୂର୍ବ ଏବଂ ହିଂସାତ୍ମକ ପରିସ୍ଥିତି କାରଣରୁ ଟୁଇଟର୍ ଟ୍ରମ୍ପ୍ଙ୍କର ତିନୋଟି ‘ଟୁଇଟ୍’କୁ ଲୁଚାଇବା ସହ ହଟାଇବାକୁ ପଡ଼ିଥିଲା। ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍ଙ୍କ ନିଯୁକ୍ତିକୁ ବ୍ଲକ୍ କରିବାକୁ କଂଗ୍ରେସ୍କୁ ବାଧ୍ୟ କରିବାକୁ ଟ୍ରମ୍ପ୍ଙ୍କ ସମର୍ଥନକାରୀମାନେ ଯୁକ୍ତରାଷ୍ଟ୍ର ଆମେରିକାର କ୍ୟାପିଟଲ୍ ଅଟ୍ଟାଳିକା ମଧ୍ୟରେ ପ୍ରବେଶ କରିବାରୁ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପରେ ପରେ ଫେସ୍ବୁକ୍ ଟୁଇଟ୍ କରି ଲେଖିଥିଲା ଯେ, ଦୁଇଟି ନୀତି ଉଲ୍ଲଂଘନ କରିଥିବାରୁ ୨୪ ଘଣ୍ଟା ଲାଗି ଟ୍ରମ୍ପ୍ଙ୍କ ପେଜ୍କୁ ବ୍ଲକ୍ କରାଯିବ।
ଏହାଛଡ଼ା, ଟୁଇଟର୍ ମଧ୍ୟ ଟ୍ରମ୍ପ୍ଙ୍କ ଫେସ୍ବୁକ୍କୁ ୧୨ ଘଣ୍ଟା ପାଇଁ ଲକ୍ କରିବା ସହ କହିଛି, ଯଦି ଟୁଇଟ୍ଗୁଡ଼ିକ ନ ହଟାଯାଏ, ଆକାଉଣ୍ଟ୍ ଲକ୍ ହୋଇ ରହିଥିବ। ଅର୍ଥାତ୍ ରାଷ୍ଟ୍ରପତି ତାଙ୍କ ଆକାଉଣ୍ଟ୍ରେ ଆଉ ‘ଟୁଇଟ୍’ ପୋଷ୍ଟ୍ କରି ପାରିବେ ନାହିଁ।