ଏଣିକି ଫେସ୍‌ବୁକ୍‌ରୁ ନିଜ ଫଟୋକୁ ଗୁଗୁଲ୍‌ ଫଟୋଜ୍‌କୁ ସ୍ଥାନାନ୍ତରିତ କରିପାରିବେ ବ୍ୟବହାରକାରୀ

ମୁମ୍ବାଇ: ଅଧିକାଂଶ ଲୋକଙ୍କର ଫେସ୍‌ବୁକ୍‌ରେ ଫଟୋ ଅପ୍‌ଲୋଡ୍‌ କରିବା ଏକ ସଉକ ହୋଇଥିବା ବେଳେ ଆଉ କିଛି ଲୋକ ନିଜ ଫଟୋକୁ ଚିରଦିନ ପାଇଁ ସାଇତି ରଖିବା ପାଇଁ  ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିଥାନ୍ତି। ମାତ୍ର ଆପଣଙ୍କୁ ଆଉ ଏ କଷ୍ଟ କରିବାକୁ ପଡ଼ିବ ନାହିଁ। କାହିଁକି ନା, ଫଟୋ ସାଇତିବା ପାଇଁ ଫେସ୍‌ବୁକ୍‌ ଆଣୁଛି ଏକ ନୂଆ ସରଳ ଉପାୟ। ବ୍ୟବହାରକାରୀ ଏଣିକି ଫେସ୍‌ବୁକ୍‌ରୁ ନିଜ ନିଜ ଫଟୋକୁ ଗୁଗୁଲ୍‌ ଫଟୋଜ୍‌କୁ ସ୍ଥାନାନ୍ତରିତ କରିପାରିବେ।

ଏହି ଟ୍ରାନ୍ସଫର୍‌ ଟୁଲ୍‌ଟି ପ୍ରଥମେ ଆମେରିକା ଓ କାନାଡାରେ ଉପଲବ୍ଧ ହୋଇଥିବା ବେଳେ ଏବେ ଏହା ପୂରା ବିଶ୍ବରେ ଉପଲବ୍ଧ। ଗୋପନୀୟତାକୁ ଫେସ୍‌ବୁକ୍‌ ସଦା ପ୍ରାଧାନ୍ୟ ଦେଉଥିବା କାରଣରୁ ବ୍ୟବହାରକାରୀଙ୍କ ଫଟୋକୁ ନେଇ କୌଣସି ପ୍ରକାରର ଅପବ୍ୟବହାର ହେବ ନାହିଁ ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ ‌ହୋଇଛି। ଫଟୋ ଗୁଗୁଲ୍‌ ଫଟୋଜ୍‌କୁ ସ୍ଥାନାନ୍ତରିତ କରାଯିବା ପୂର୍ବରୁ ବ୍ୟବହାରକାରୀଙ୍କୁ ପ୍ରଥମେ ଏକ ପାସୱାର୍ଡ ମଗାଯିବ। ବ୍ୟବହାରକାରୀ ପାସ୍‌ୱାର୍ଡ ଦେବା ପରେ ଯାଇ ଫଟୋ ଗୁଗୁଲ୍‌ ଫଟୋଜକୁ ସ୍ଥାନାନ୍ତରିତ ହେବ।

Telangana Today

ଆପଣ ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଖୋଲି ‌ପ୍ର‌ଥମେ ସେଟିଂ ଅପ୍‌ସନକୁ ଯାଆନ୍ତୁ। ସେଟିଂରେ ଆପଣଙ୍କୁ ଫେସ୍‌ବୁକ୍‌ ଇନ୍‌ଫର୍ମେସନ୍‌ ଦୃଶ୍ୟମାନ ହେବ। ଆପଣ ତାହାକୁ ଚୟନ କରିବା ପରେ ‘ଟ୍ରାନ୍ସଫର୍‌ ଏ କପି ଅଫ୍‌ ୟୁୟୋର୍‌ ଫଟୋ ଏବଂ ଭିଡିଓ’ ଅପ୍‌ସନ ଦିଶିବ। ତାହାପରେ ଆପଣ ଆପଣଙ୍କ ପାସ୍‌ୱାର୍ଡ ଦେଇ ଗୁଗୁଲ୍‌ ଫଟୋଜ୍‌କୁ ଫଟୋ ଓ ଭିଡିଓ ନେଇପାରିବେ। ଥରେ ଫଟୋ ସ୍ଥାନାନ୍ତରିତ ହେବା ପରେ ବ୍ୟବହାରକାରୀଙ୍କ ନିକଟକୁ ଏକ ନୋଟିଫିକେସନ୍‌ ଆସିବ।

ସମ୍ବନ୍ଧିତ ଖବର