ନୂଆଦିଲ୍ଲୀ: ଓ୍ଵାକଫ୍ ସଂଶୋଧନ ବିଲକୁ ନେଇ ଜେପିସି ବୈଠକରେ ଜୋରଦାର ହଙ୍ଗାମା ହୋଇଛି। ଏପରିକି ହଙ୍ଗାମା ଏତେ ବଢିଯାଇଥିଲା ଯେ ମାର୍ସାଲମାନଙ୍କୁ ଡକାଇବାକୁ ପଡ଼ିଥିଲା । ଏହି ହଙ୍ଗାମା ପାଇଁ ଅସଦୁଦ୍ଦିନ ଓୱେସି ଓ କଲ୍ୟାଣ ବାନାର୍ଜୀଙ୍କ ସମେତ ୧୦ ଜଣ ବିରୋଧୀ ସାଂସଦଙ୍କୁ ଜେପିସି ସଦସ୍ୟତାରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି।

Advertisment

ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ଜେପିସିରେ ସେମାନଙ୍କ ମତାମତକୁ ଶୁଣାଯାଉନାହିଁ। ବିଜେପି ସାଂସଦ ନିଶିକାନ୍ତ ଦୁବେ ଜେପିସିରେ ବିରୋଧୀ ଦଳର ସାଂସଦମାନଙ୍କୁ ନିଲମ୍ବିତ କରିବାକୁ ପ୍ରସ୍ତାବ ଆଣିଥିଲେ। ଅଧ୍ୟକ୍ଷ ଜଗଦମ୍ବିକା ପାଲ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ।

ଅସଦୁଦ୍ଦିନ ଓୱେସି, ଇମ୍ରାନ ମାସୁଦ, କଲ୍ୟାଣ ବାନାର୍ଜୀ, ଅରବିନ୍ଦ ସାୱନ୍ତ, ନାସିର ହୁସେନ, ଏ ରାଜା, ମୋହିବୁଲ୍ଲା ନଦଭି, ଏମଏମ ଅବଦୁଲ୍ଲା, ନାଦିମୁଲ ହକ୍ ଏବଂ ମହମ୍ମଦ ଜାଭେଦଙ୍କୁ ନିଲମ୍ବିତ କରାଯାଇଛି। ଏହା ପ୍ରଥମ ଥର ନୁହେଁ ଯେ ଜେପିସି ବୈଠକରେ ହଙ୍ଗାମା ହୋଇଛି। ଏହା ପୂର୍ବରୁ ମଧ୍ୟ ଏହି ବୈଠକରେ ବିବାଦ ଦେଖାଦେଇଥିଲା । 

ଆଜିର ହଙ୍ଗାମା ସମ୍ପର୍କରେ ଅରବିନ୍ଦ ସାୱନ୍ତ କହିଛନ୍ତି ଯେ ସମୟ ଦିଆଯାଇନାହିଁ, ସେମାନେ ତରବରିଆ ହେଉଛନ୍ତି। ଏହି ୧୦ ଜଣ ସଦସ୍ୟଙ୍କୁ ଆଜି ପାଇଁ ନିଲମ୍ବିତ କରାଯାଇଛି। ଆମେ ଜାନୁଆରୀ ୩୧ରେ ପ୍ରତି ଧାରା ଉପରେ ଆଲୋଚନା ଚାହୁଁଥିଲୁ କିନ୍ତୁ ସେମାନେ ଜାନୁଆରୀ ୨୭ରେ ଏହା କରିବାକୁ ଅଟଳ ଅଛନ୍ତି ।