ନୂଆଦିଲ୍ଲୀ: ''ସରକାର ସମସ୍ତ ଛାତ୍ରଙ୍କୁ ଦୈନିକ ୧୦ ଜିବି ମାଗଣା ଇଣ୍ଟରନେଟ୍ ଯୋଗାଉଛନ୍ତି, ଯାହା ଦ୍ୱାରା ସେମାନେ ଅନଲାଇନ୍ ପରୀକ୍ଷା ଦେଇ ପାରିବେ ଏବଂ କରୋନା ଭୂତାଣୁ ମହାମାରୀ ମଧ୍ୟରେ ବି ନିଜ ଶିକ୍ଷା ସମାପ୍ତ କରିପାରିବେ''। ହ୍ଵାଟ୍ସଆପରେ ଭାଇରାଲ ହୋଇଥିବା ଏହି ମେସେଜରେ ଦର୍ଶାଯାଇଛି ଯେ କରୋନା ଭୂତାଣୁ ଯୋଗୁଁ ସ୍କୁଲ ଏବଂ କଲେଜ ବନ୍ଦ ରହିଛି ଓ ଏହି କାରଣରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରଭାବିତ ହୋଇଛି | ତେଣୁ ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ୍ (ଦୈନିକ ୧୦ ଜିବି) ଯୋଗାଇ ଦେଇଛନ୍ତି।
ବାର୍ତ୍ତାରେ କୁହାଯାଇଛି ଯେ ସରକାର ଏହା କରୁଛନ୍ତି ଯାହା ଦ୍ୱାରା ଛାତ୍ରମାନେ ସେମାନଙ୍କର ଶିକ୍ଷା ସମାପ୍ତ କରିପାରିବେ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ଅନଲାଇନ୍ ପରୀକ୍ଷା ଦେଇପାରିବେ। ବାର୍ତ୍ତାରେ ଏକ ଲିଙ୍କ୍ ମଧ୍ୟ ଦିଆଯାଇଛି ଏବଂ କୁହାଯାଇଛି ଯେ ଏହି ଲିଙ୍କରୁ ଆପଣ ମାଗଣା ଇଣ୍ଟରନେଟ୍ ପ୍ୟାକ୍ (ପ୍ରତିଦିନ ୧୦ ଜିବି) ପାଇବାକୁ ଫର୍ମ ପୂରଣ କରିପାରିବେ |
Claim: It is claimed in a #WhatsApp message that government is providing free internet to all the students so that they can give online exams and complete their education amid #COVID19 pandemic.#PIBFactCheck: This claim is #Fake. No such decision has been taken by government. pic.twitter.com/LYUCtLrVEW
— PIB Fact Check (@PIBFactCheck) October 6, 2020
ଏହି ଭାଇରସ୍ ବାର୍ତ୍ତା ଶେଷରେ ଲେଖାଯାଇଛି ଯେ ଲୋକଙ୍କ ସୁବିଧା ପାଇଁ, ଏହି ବାର୍ତ୍ତାକୁ ଯଥାସମ୍ଭବ ଅଂଶୀଦାର(ସେୟାର) କରନ୍ତୁ, ଯାହା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ଏହି ସୁବିଧାର ଲାଭ ପାଇପାରିବେ। ଏହି ବାର୍ତ୍ତା ବା ମେସେଜ ଭାଇରାଲ ହେବା ପରେ ଯେତେବେଳେ କେନ୍ଦ୍ର ସରକାରଙ୍କର ପିଆଇବି(ପ୍ରେସ ଇନଫର୍ମେଶନ ବ୍ୟୁରୋ) ଏହି ବାର୍ତ୍ତାର ସତ୍ୟତା ଅନୁସନ୍ଧାନ କଲେ, ସେତେବେଳେ ସେମାନେ ଏହା ନକଲି ବା ‘ଫେକ୍ ନ୍ୟୁଜ୍’ ବୋଲି ଜାଣିଲେ | ପିଆଇବି ଫ୍ୟାକ୍ଟ ଚେକ୍ ଦର୍ଶାଇଛି ଯେ ଏହି ଦାବି ନକଲି ଅଟେ। ସରକାର ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି। ସୂଚନା ଥାଉ କି ସରକାରଙ୍କ ପ୍ରେସ ସୂଚନା ବ୍ୟୁରୋ ଅର୍ଥାତ୍ ପିଆଇବି ସୋସିଆଲ ମିଡିଆରେ ପ୍ରସାରିତ ମିଥ୍ୟା ଖବର ଏବଂ ତଥ୍ୟ ଯାଞ୍ଚ କରିଥାଏ।