ଚୀନ୍‌ର ପୂର୍ବାଞ୍ଚଳ ନିଙ୍ଗ୍‌ବୋ ସହର କାରଖାନାରେ ବିସ୍ଫୋରଣ; ଅନେକ ମୃତାହତ ଆଶଙ୍କା

ବେଜିଙ୍ଗ୍‌: ରବିବାର ସକାଳେ ଚୀନ୍‌ର ପୂର୍ବାଞ୍ଚଳ ପ୍ରଦେଶ ଝେଜିଆଙ୍ଗ୍‌ ଠାରେ ଥିବା ଗୋଟିଏ କାରଖାନାରେ ବିସ୍ଫୋରଣ ଘଟିବାରୁ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ମୃତାହତଙ୍କ ସଂଖ୍ୟା ଏବଂ ବିସ୍ଫୋରଣର କାରଣ ଜଣା ପଡ଼ି ନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ପୂର୍ବାହ୍ନ ୯ଟା ବେଳେ ଜିଆଙ୍ଗ୍‌ବି ଜିଲ୍ଲାର ନିଙ୍ଗ୍‌ବୋ ସହରରେ ବିସ୍ଫୋରଣ ଘଟିଥିବା କଥା ସହରର ଅଗ୍ନିଶମ ବିଭାଗ କହୁଛି। ଏଥିଯୋଗୁଁ କେତେକ କୋଠାବାଡ଼ି ଭାଙ୍ଗି ଯାଇଛି।

ଆଖପାଖର ଜନବସତିର କେତୋଟି କୋଠାବାଡ଼ି ଭାଙ୍ଗି ଯାଇଥିବା କଥା ପୁଲିସ ସାମ୍ବାଦିକମାନଙ୍କୁ କହିଛି। ପୂର୍ବରୁ ସେଗୁଡ଼ିକୁ ଭଙ୍ଗାଯିବା ପାଇଁ ନୋଟି ଦିଆ ଯାଇଥିବାରୁ ସେଥିରେ ଲୋକବାକ ବାସ କରୁ ନ ଥିଲେ।

ଉଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି। ବିସ୍ଫୋରଣର କାରଣ ଜାଣିବାକୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ଗଣମାଧ୍ୟମରେ ଏହି ଘଟଣା ପରର ବହୁ ଫଟୋ ପ୍ରସାରିତ ହେଉଛି। ରାସ୍ତାଘାଟରେ କୋଠାବାଡ଼ିର ଭଗ୍ନାଂଶ, ଭଙ୍ଗା କାଚ ଏବଂ ଦମକଳ ଆସୁଥିବାର ଚିତ୍ର ସେଥିରେ ଦିଶୁଛି।

ସବୁଆଡ଼େ ସମାନ ଧରଣର ନିରାପତ୍ତା ନିୟମ ଲାଗୁ ନ ହୋଇ ଥିବାରୁ ଚୀନ୍‌ରେ ଏ ଭଳି ବସ୍ଫୋରଣ ଘଟିବା ମାମୁଲି ଘଟଣା ପାଲଟିଛି।

ସମ୍ବନ୍ଧିତ ଖବର