ନୂଆଦିଲ୍ଲୀ: ଦେଶର ଇତିହାସରେ ଏପର୍ଯ୍ୟନ୍ତ କେବଳ ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ପୁଣି ଥରେ ନରେନ୍ଦ୍ର ମୋଦୀଙ୍କ ସରକାରର କ୍ୟାବିନେଟକୁ ଫେରିଛନ୍ତି। ନିଜର ପ୍ରଥମ କାର୍ଯ୍ୟକାଳରେ ନିର୍ମଳା ବହୁତ ସକ୍ରିୟ ଓ ତତ୍ପର ଥିଲେ।

Advertisment

ତାମିଲନାଡୁର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ନିର୍ମଳା ଏକଦା ସେଲସ୍‌ ଗାର୍ଲ ଭାବେ କାମ କରିଥିଲେ। ମାତ୍ର ପରେ ବିଜେପିରେ ଯୋଗଦେଇ ମାତ୍ର ୧୧ ବର୍ଷରେ ନିଜର ଭାଗ୍ୟକୁ ପରିବର୍ତ୍ତନ କରିପାରିଛନ୍ତି। ଗତ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହେବା ସହିତ ନିର୍ମଳା ଏକ ରେକର୍ଡ କରିଥିଲେ। ସେ ଇନ୍ଦିରା ଗାନ୍ଧୀଙ୍କ ପରେ ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ ହୋଇପାରିଥିଲେ।

ତାମିଲନାଡୁରେ ଜନ୍ମ
ନିର୍ମଳା ସୀତାରମଣ ୧୯୫୯ ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିଲେ। ପିତା ରେଳବାଇରେ କାର୍ଯ୍ୟରତ ଥିଲେ। ସେଥିପାଇଁ ତାଙ୍କର ବାରମ୍ବାର ବଦଳି ହେଉଥିଲା ଏବଂ ନିର୍ମଳାଙ୍କୁ ବିଭିନ୍ନ ସ୍ଥାନରେ ପଢ଼ିବାକୁ ପଡ଼ିଥିଲା।

publive-image photo-jansatta

ଜେଏନୟୁରେ ସ୍ନାତୋକତ୍ତର ପାଠ୍ୟକ୍ରମ
ସୀତାରମଣ ନିଜର ପ୍ରାଥମିକ ଶିକ୍ଷା ତାମିଲନାଡୁର ତିରୁଚିରାପଲ୍ଲୀରେ ପଢ଼ିଥିଲେ। ଅର୍ଥଶାସ୍ତ୍ରରେ ସ୍ନାତକ ପରେ ସ୍ନାତୋକତ୍ତର ପାଠ୍ୟକ୍ରମ ପାଇଁ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିଲେ। ଏହା ପରେ ଇଣ୍ଡୋ-ଏସିଆନ ଟ୍ୟାକ୍ସଟାଇଲ ଟ୍ରେଣ୍ଡରେ ପିଏଚ୍‌ଡି କରିଥିଲେ।

ଲଣ୍ଡନରେ ସେଲସ୍‌ ଗାର୍ଲ କାମ
ପାଠପଢ଼ା ପରେ ଏବଂ ପରେ ସୀତାରମଣ ଅନେକ ସ୍ଥାନରେ କାମ କରିଛନ୍ତି। ସ୍ୱାମୀଙ୍କ ସହ ଲଣ୍ଡନରେ ଅବସ୍ଥାନ ସମୟରେ ନିର୍ମଳା ଏକ ଦୋକାନରେ ସେଲସ୍‌ ଗାର୍ଲ ଭାବେ କାମ କରୁଥିଲେ। ପରେ ସେ କୃଷି ଇଞ୍ଜିନିୟର୍ସ ଭାବେ ଯୋଡ଼ି ହୋଇଥିଲେ। କିଛି ସମୟ ପାଇଁ ନିର୍ମଳା ବିବିସି ସହିତ କାମ କରିଥିଲେ। ଏହା ପରେ ସେ ଭାରତ ଫେରି ହାଇଦ୍ରାବାଦର ସେଣ୍ଟର ଫର୍‌ ପବ୍ଲିକ ପଲିସିରେ ଡେପୁଟି ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ।

୨୦୦୮ରେ ବିଜେପିରେ ସାମିଲ
ନିର୍ମଳା ୨୦୦୮ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଦୁଇ ବର୍ଷ ପରେ ବିଜେପି ମୁଖପାତ୍ର ହୋଇଥିଲେ। ବର୍ଷ ୨୦୧୪ ମେ’ ୧୬ରେ ମୋଦୀ ସରକାରରେ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଥିଲା। ପରେ ୨୦୧୭ ଡିସେମ୍ବର ୩ରେ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ହୋଇଥିଲା।

ପ୍ରଭାକରଙ୍କୁ ବିବାହ
ଜେଏନୟୁରେ ପଢ଼ିବା ସମୟରେ ଡାକ୍ତର ପ୍ରଭାକରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ପରେ ଉଭୟ ବିବାହ କରିଥିଲେ।