ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଜାରି ରହିଥିବାବେଳେ ଗତ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡ଼ନାଭିସ ଆଜି କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବାପରେ ସେ ଆଜି ପ୍ରଥମେ ଏକ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଚେକ୍ରେ ସ୍ବାକ୍ଷର କରିଛନ୍ତି। ଏହି ଚେକ୍ଟିକୁ ମୁଖ୍ୟମନ୍ତ୍ରୀ କୁସୁମ ବେଙ୍ଗୁରଲେକର ନାମକ ଜଣେ ମହିଳାଙ୍କୁ ଦେଇଛନ୍ତି। ଅଜିତ ପାୱାର ମଧ୍ୟ ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। ଉଭୟ ନେତା ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଯଶବନ୍ତରାଓ ବଳବନ୍ତରାଓ ଚୌହାନଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନ ଭବନରେ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇଥିଲେ। ଅଦିନିଆ ବର୍ଷାାରେ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଜି ୫,୩୮୦ କୋଟି ମଂଜୁର କରିଛନ୍ତି।
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ଫଡ଼ନାଭିସ୍
/sambad/media/post_attachments/wp-content/uploads/2019/11/images-4-3.jpg)