ମୁମ୍ବାଇ: ୨୦ ବର୍ଷର ରାଜନୈତିକ ବିଚ୍ଛେଦ ପରେ ଏକତ୍ର ଗୋଟାଏ ମଞ୍ଚରେ ନଜର ଆସିଛନ୍ତି ଦୁଇ ଭାଇ ଉଦ୍ଧବ ଠାକ୍ରେ ଓ ରାଜ୍ ଠାକ୍ରେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି ରାଜ୍ ଠାକ୍ରେ। ରାଜ୍ କହିଛନ୍ତି କି ‘‘ସେ ତାହା କରିଛନ୍ତି; ଯାହା ବାଲ୍ ଠାକରେ ମଧ୍ୟ କରିପାରି ନଥିଲେ’’।
ମହାରାଷ୍ଟ୍ରରେ ତ୍ରିଭାଷା ସୂତ୍ର ଲାଗୁ କରିବାକୁ ନେଇ ସରକାର ଆଣିଥିବା ପ୍ରସ୍ତାବକୁ ରାଜ ଠାକରେ ଓ ଉଦ୍ଧବ ଠାକରେ କଡ଼ା ବିରୋଧ କରି ହିନ୍ଦୀକୁ ତୃତୀୟ ଭାଷା ଭାବରେ ବାଧ୍ୟତାମୂଳକ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି।
"ମହାରାଷ୍ଟ୍ର ଯେକୌଣସି ରାଜନୀତି ଏବଂ ଲଢ଼େଇ ଅପେକ୍ଷା ବଡ଼। ଆଜି ୨୦ ବର୍ଷ ପରେ ଉଦ୍ଧବ ଏବଂ ମୁଁ ଏକାଠି ହୋଇଛୁ। ବାଲାସାହେବ ଯାହା କରିପାରିଲେ ନାହିଁ, ଦେବେନ୍ଦ୍ର ଫଡନାଭିସ୍ ତାହା କରି ଦେଖାଇଲେ; ଆମ ଉଭୟଙ୍କୁ ଏକାଠି କରିବାର କାମ’’ ବୋଲି ସେ ତାଙ୍କ ବୟାନରେ କହିଛନ୍ତି।
ୱର୍ଲିରେ ଆୟୋଜିତ ଠାକ୍ରେ ବ୍ରଦର୍ସଙ୍କ କାର୍ଯ୍ୟକ୍ରମରେ ଉଭୟ ଦଳର ସମର୍ଥକଙ୍କ ଭିଡ଼ ଜମାଇଥିଲେ। ଏକ ଅପୂର୍ବ ଦୃଶ୍ୟ ସୃଷ୍ଟି ହୋଇଥିଲା; ଯାହା ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ତରଙ୍ଗ ସୃଷ୍ଟି କରିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/05/new-project-5-2025-07-05-12-58-44.jpg)