ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରେ ଏମଏନଏସ, ରାଜ ଠାକରେଙ୍କୁ ଭେଟିଲେ ଫଡନାଭିସ୍

ମୁମ୍ବାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଙ୍କ ଭୂମିକାକୁ ନେଇ ଅନେକ ଆଲୋଚନା ଚାଲିଛି। ଆଜି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଖବର ଆସିଥିଲା ଯେ ରାଜ ଠାକରେଙ୍କ ପୁଅ ଅମିତ ଠାକରେଙ୍କୁ ସିନ୍ଦେଙ୍କ କ୍ୟାବିନେଟରେ ସାମିଲ କରାଯାଇପାରେ । ସୂଚନା ଥାଉ କି ଯେ ଫ୍ଲୋର ଟେଷ୍ଟ ଏବଂ ବାଚସ୍ପତି ନିର୍ବାଚନ ସମୟରେ ଏମଏନଏସର ଏକୁଟିଆ ବିଧାୟକ ଥିବା ଅମିତ ଠାକରେ ବିଜେପି-ସିନ୍ଦେ ଦଳଙ୍କୁ ସମର୍ଥନ କରି ଭୋଟ୍ ଦେଇଥିଲେ । ଆଉ ଏବେ ଏମଏନଏସକୁ ନିଜ ସହ ସାମିଲ କରିବାକୁ ବିଜେପି ଇଚ୍ଛା ପ୍ରକାଶ କରିଛି |

ଏହାପୂର୍ବରୁ ବୁଧବାର ଦିନ ଦୁଇ ନେତା ଭେଟିବାର ଥିଲା। କିନ୍ତୁ କୌଣସି କାରଣରୁ ଉଭୟ ରାଜ ଓ ଦେବେନ୍ଦ୍ର ଭେଟିପାରିନଥିଲେ | ତେବେ ଆଜି ଉଭୟ ନେତା ପରସ୍ପରକୁ ଭେଟିଛନ୍ତି | ଆଉ ଚର୍ଚ୍ଚା ମୁତାବକ ଫଡନାଭିସ ଅମିତା ଠାକରେଙ୍କୁ ମନ୍ତ୍ରୀ କରାଇବାକୁ ଆଲୋଚନା କରିଛନ୍ତି | ଉଲ୍ଲେଖ ଥାଉ କି ମହାରାଷ୍ଟ୍ର ରାଜନୀତିରେ ଶିବସେନାକୁ ଧ୍ୱଂସ କରି ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ବିରୋଧରେ ସିଧାସଳଖ ଛିଡା ହୋଇଥିଲେ।

ଏକନାଥ ଏବଂ ତାଙ୍କ ସହ ୪୦ ଜଣ ବିଧାୟକ ମହାବିକାଶ ଅଘାଡି ସରକାର ବିରୁଦ୍ଧରେ ବିଦ୍ରୋହ କରିଥିବାରୁ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହା ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସରକାର ଗଠନ କରାଯାଇଥିଲା। ତେବେ ଗୁରୁବାର ସକାଳେ ଖବର ଆସିଥିଲା ​​ଯେ ଅମିତ ଠାକରେଙ୍କୁ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବାକୁ ବିଜେପି ପ୍ରସ୍ତାବ ଦେଇଛି। ଏହି ଖବର ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଆଉ ଆଜି ଫଡନାଭିସ ଠାକରେଙ୍କୁ ଭେଟିଛନ୍ତି |

ସମ୍ବନ୍ଧିତ ଖବର