ମୁମ୍ବାଇ : ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସଙ୍କୁ ଆଜି ନାଗପୁର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନାଗପୁର ପୁଲିସ ସମନ୍ ଜାରି କରିଛି। ଫଡ୍ନାଭିସଙ୍କ ବାସଭବନକୁ ସମନ୍ ନୋଟିସ୍ ପଠାଯାଇଛି ବୋଲି ସଦାର ପୁଲିସ ଷ୍ଟେସନ୍ର ଜଣେ ଅଧିକାରୀ କହିଛନ୍ତି। ନିର୍ବାଚନୀ ସତ୍ୟପାଠ ଦାଖଲ କଲାବେଳେ ଫଡ୍ନାଭିସ ତାଙ୍କ ବିରୋଧରେ ଥିବା ଦୁଇଟି ଅପରାଧିକ ମାମଲା ସଂକ୍ରାନ୍ତରେ କିଛି ଦର୍ଶାଇ ନଥିଲେ। ଜଣେ ଆଇନୀଜୀବ ଫଡ୍ନାଭିସଙ୍କ ବିରୋଧରେ କୋର୍ଟରେ ଆବେଦନ କରିବା ସହ ତାଙ୍କ ବିରୋଧରେ ବିଚାର ଆରମ୍ଭ କରିବାପାଇଁ ଯୁକ୍ତି ରଖିଥିଲେ। ଉଲ୍ଲେଖଯୋଗ୍ୟ ଫଡ୍ନାଭିସଙ୍କ ବିରୋଧରେ ୧୯୯୬ ଏବଂ ୧୯୯୮ରେ ଠକେଇ ମାମଲା ରହିଥିଲା। କିନ୍ତୁ ମାମଲାରେ ତାଙ୍କ ବିରୋଧରେ କୌଣସି ଚାର୍ଜଫ୍ରେମ୍ ହୋଇନଥିଲା।
ଫଡ୍ନାଭିସଙ୍କୁ ସମନ୍ କଲେ ନାଗପୁର କୋର୍ଟ
ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଥିଲେ
/sambad/media/post_attachments/wp-content/uploads/2019/11/fadnavis-1.jpg)