କଂଗ୍ରେସ, ଏନସିପି, ଶିବସେନାର ମିଳିତ ସରକାର ୬ ମାସରୁ ଅଧିକ ସମୟ ଧରି ଚାଲିପାରିବ ନାହିଁ: ଫଡନବିସ

ମୁମ୍ବାଇ: କଂଗ୍ରେସ, ଏନସିପି ଓ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବାକୁ ଅଗ୍ରସର ହେଉଥିବାବେଳେ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନବିସ | ସେ କହିଛନ୍ତି ଯେ ଯଦି ଏହି ସରକାର ଗଠନ ହୁଏ ତେବେ ୬ ମାସରୁ ଅଧିକ ସମୟ ଧରି ସରକାର ଚାଲିପାରିବ ନାହିଁ | ଫଡନବିସ କହିଛନ୍ତି ଯେ ବିଜେପିର ସରକାର ଛଡା ଆଉ କିଛି ବିକଳ୍ପ ନାହିଁ | ବିଜେପି ବିଧାୟକଙ୍କ ସହ ହୋଇଥିବା ବୈଠକରେ ସେ ଏହା କହିଛନ୍ତି | ସେହିପରି ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ଶିବସେନା ଜନାଦେଶକୁ ଅପମାନ କରିଛି |

ଏଠାରେ ସୂଚନା ଥାଉ କି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ ସରକାର ଗଠନ ପାଇଁ ଏନ୍‌ସିପି, ଶିବସେନା ଏବଂ କଂଗ୍ରେସର ପ୍ରଚେଷ୍ଟା ଜାରି ରହିଛି। ସରକାର ଗଠନ ପୂର୍ବରୁ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ପ୍ରସ୍ତୁତ କରିବା ଏବଂ ଏଥିପାଇଁ ସମୟସୀମା ନିର୍ଦ୍ଧାରଣ କରିବାକୁ ଗୁରୁବାର ତିନି ଦଳର ଏକ ମିଳିତ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ସିଏମ୍‌ପି ଚୂଡ଼ାନ୍ତ ହେବା ସହ ଏହି ଆଧାରରେ ହିଁ ସରକାର କାର୍ଯ୍ୟ କରିବ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ଗୁରୁତ୍ବାରୋପ କରାଯାଇଛି। ଏଥିରେ କଂଗ୍ରେସର ବରିଷ୍ଠ ନେତା ପୃଥ୍ବୀରାଜ ଚୌହାନ, ଶିବସେନା ନେତା ଏକନାଥ ସିନ୍ଧେ ଏବଂ ଏନ୍‌ସିପି ନେତା ଛଗନ ଭୁଜବଳ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର