ଇଣ୍ଡୋନେସିଆ ବାଣ କାରଖାନାରେ ଅଗ୍ନିକାଣ୍ଡ: ୪୭ ମୃତ, ୫୦ ଗୁରୁତର

ଜାକର୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତାର ପଶ୍ଚିମ ପ୍ରାନ୍ତରେ ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅତି କମ୍‌ରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାକର୍ତାର ସାଟେଲାଇଟ୍‌ ସହର ତାଙ୍ଗେରାଙ୍ଗ୍‌ ସ୍ଥିତ ଏକ ବାଣ କାରଖାନାରେ ଦୁଇଟି ବିସ୍ଫୋରଣ ଘଟି ନିଆଁ ନିମିଷକେ ଚାରିଆଡ଼କୁ ବ୍ୟାପିଯାଇଥିଲା। ଦୁର୍ଘଟଣା ବେଳେ ବାଣ କାରଖାନାରେ ୧୦୩ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସୁଦ୍ଧା ୪୭ଟି ଶବ ମିଳିଥିବା ବେଳେ ୫୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟ୍‌ ହେତୁ ଏପରି ବିସ୍ଫୋରଣ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର