କଂଗ୍ରେସର ହାତ ଛାଡିପାରନ୍ତି ସଙ୍କଟମୋଚକଙ୍କ ପୁଅ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ଦିନେ ଖାସ ଥିବା ଅହମ୍ମଦ ପଟେଲଙ୍କ ପୁଅ ଏବେ କଂଗ୍ରେସକୁ ଛାଡିପାରନ୍ତି | କଂଗ୍ରେସର ସଙ୍କଟମୋଚକ ଭାବେ ଜଣାଶୁଣା ଅହମ୍ମଦ ପଟେଲଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଫୈସଲ ପଟେଲ କଂଗ୍ରେସର ସଙ୍କଟ ବଢାଇବାକୁ ଯାଉଛନ୍ତି । ଟ୍ୱିଟ୍ କରି ସେ ଏଭଳି ସଙ୍କେତ ଦେଇଛନ୍ତି | ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଅପେକ୍ଷା କରି ଥକି ଯାଇଛି। ହାଇକମାଣ୍ଡ କୌଣସି ସାହାଯ୍ୟ କରୁନାହାନ୍ତି | ମୁଁ ମୋର ବିକଳ୍ପକୁ ଖୋଲା ରଖୁଛି’ | ଚର୍ଚ୍ଚା ମୁତାବକ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ଅନ୍ୟ କୌଣସି ଦଳରେ ଯୋଗ ଦେଇପାରନ୍ତି |

ଫୈସଲ ପଟେଲଙ୍କ ପିତା ଅହମ୍ମଦ ପଟେଲ ଦୀର୍ଘ ଦଶନ୍ଧି ଧରି କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଥିଲେ ଏବଂ ସୋନିଆ ଗାନ୍ଧୀଙ୍କ ନିକଟତର ହୋଇଥିଲେ। ନଭେମ୍ବର ୨୦୨୦ରେ କରୋନା କାରଣରୁ ଅହମ୍ମଦ ପଟେଲଙ୍କର ମୃତ୍ୟୁ ହୋଇଥିଲା | ତେବେ ଫୈସଲ ତାଙ୍କ ଟ୍ୱିଟରେ ହାଇକମାଣ୍ଡଙ୍କ ପାଖରୁ କେଉଁ ସାହାଯ୍ୟ ଆଶା କରୁଛନ୍ତି ସେନେଇ କିଛି ଉଲ୍ଲେଖ କରିନାହାଁନ୍ତି।


ପୂର୍ବରୁ ଫୈସଲ ପଟେଲ କହିଥିଲେ, ‘ଯଦି ହାଇକମାଣ୍ଡ ଚାହାଁନ୍ତି, ତେବେ ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବି। ମୋର ପସନ୍ଦ ଗୁଜୁରାଟର ଭରୁଚ ଅଞ୍ଚଳ ବୋଲି କହିଥିଲେ | ଉଲ୍ଲେଖନୀୟ ବିଷୟ ହେଉଛି, ଫୈସଲ ପଟେଲ କିଛି ଦିନ ତଳେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଭେଟିଥିଲେ | ଏଭଳି ପରିସ୍ଥିତିରେ ଫୈସଲ ଭବିଷ୍ୟତରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି |

ସମ୍ବନ୍ଧିତ ଖବର