ଉତ୍ତରପ୍ରଦେଶର ଫୈଜାବାଦ ଜିଲ୍ଲା ନାଁ ବଦଳି ହେଲା ଅଯୋଧ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଏବେ ନାଁ ବଦଳ ସିଜିନ ଚାଲିଛି । ପ୍ରଥମେ ମୋଗଲସରାଇ ଷ୍ଟେସନର ନାଁ ବଦଳାଇ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କସନ କରାଗଲା । ତାପରେ ଆହ୍ଲାବାଦ ନାଁକୁ ବଦଳାଇ ପ୍ରୟାଗରାଜ କରାଗଲା । ଏବେ ଉତ୍ତରପ୍ରଦେଶର ଏକ ଜିଲ୍ଲା ଫୌଜାବାଦର ନାଁ ବଦଳାଇ ଅଯୋଧ୍ୟା କରାଯାଇଛି । ଏସଂପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଦୀପାବଳୀ ପାଳନ ଅବସରରେ ଯୋଗୀ ଏହି ଘୋଷଣା କରିଛନ୍ତି । ଯୋଗୀ ମୁଖ୍ୟମନ୍ତ୍ରୀ ହେବା ପରେ ଅଯୋଧ୍ୟା ସହରରେ ବିକାଶ ଓ ସେଠାରେ ରାମାୟଣ ସଂସ୍କୃତିକୁ ଉଦଜୀବିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏ ବର୍ଷ ଦୀପାବଳିରେ ସେଠାରେ ଏକ ଦୀପୋତ୍ସବ ଆୟୋଜନ କରାଯାଇଛି । ଏହି ଅବସରରେ ଯୋଗୀ ଯୋଗଦେଇ ଉପରୋକ୍ତ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ଭଗବାନ ଶ୍ରୀରାମ ରାବଣବଧ କରି ଯେଉଁ ଦିନ ଅଯୋଧ୍ୟା ଫେରିଥିଲେ ସେହିଦିନ ଅଯୋଧ୍ୟାବାସୀ ଦୀପଜାଳି ତାଙ୍କୁ ସ୍ୱାଗତ କରିଥିଲେ । ଏହି ଦିନଠାରୁ ଏହାକୁ ଦୀପାବଳୀଭାବେ ପାଳନ କରାଯାଉଛି ।

ସମ୍ବନ୍ଧିତ ଖବର