କ୍ୟାନ୍ସର ହୋଇଥିବା କହି ଲୋକଙ୍କ ଦାନ ଗ୍ରହଣ କଲେ ଆଉ ବୁଲାବୁଲି କରି ଟଙ୍କା ଉଡ଼ାଇଲେ

ଲଣ୍ଡନ: କ୍ୟାନ୍ସର ହୋଇଥିବା କହି ମିଛ ଫଟୋ ପୋଷ୍ଟ କଲେ ଆଉ ଲୋକଙ୍କ ଦାନ ଟଙ୍କାକୁ ବୁଲାବୁଲି ସହ ଜୁଆ ଖେଳି ଉଡାଇଲେ | ବ୍ରିଟେନରେ ଏଭଳି ଏକ କାରନାମା ବାବଦରେ ଜଣାପଡିଛି | ଏହି ମହିଳାଙ୍କ ନାମ ନିକୋଲା ହୋଇଥିବାବେଳେ ଗୋଫଣ୍ଡମି ନାମକ ୱେବସାଇଟରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ | ଏହି ୱେବସାଇଟ ମାଧ୍ୟମରେ ଚିକିତ୍ସା ପାଇଁ ଅର୍ଥାଭାବ ଥିବା ଲୋକଙ୍କୁ ଦାନ ଦିଆଯାଇଥାଏ | ନିକୋଲା ଫଟୋ ପୋଷ୍ଟ ପରେ କ୍ୟାନ୍ସର ହୋଇଥିବା ସହ ଚିକିତ୍ସା ପାଇଁ ଆବଶ୍ୟକ ସମ୍ବଳ ନଥିବା ଉଲ୍ଲେଖ କରିଥିଲେ |

ନିକୋଲା ଚତୁରତାର ସହ ନିଜର ଏକ ପୁରୁଣା ଅପରେସନର ଫଟୋ ପୋଷ୍ଟ କରିବା ପରେ ଲୋକ ଦାନ ଦେବା ଆରମ୍ଭ କରିଥିଲେ | ଆଉ ମିଛ କ୍ୟାନ୍ସର ହୋଇଥିବା ଫଟୋ ମାଧ୍ୟମରେ ୪୫ ହଜାର ପାଉଣ୍ଡର ଅର୍ଥରାଶି ମଧ୍ୟ ଯୋଗାଡ କରିଥିଲେ | ନିକୋଲାଙ୍କ ଜଣେ ସାଙ୍ଗ ଯେତେବେଳେ ଏହି ପୋଷ୍ଟ ଦେଖିଥିଲେ ତାଙ୍କୁ ସନ୍ଦେହ ହୋଇଥିଲା |

ଆଉ ନିକୋଲାଙ୍କୁ କ୍ୟାନ୍ସର ହୋଇନଥିବା ବାବଦରେ ଖୁଲାସା କରିଥିଲେ | ଏହା ପରେ ନିକୋଲାଙ୍କୁ ପଚାରିବା ପରେ ଜଣାପଡିଥିଲା ଯେ ଏହି ଅର୍ଥ ରାଶିରେ ସେ ଜୁଆ ଖେଳିବା ସହ ହୋଟେଲରେ ଖାଇବାରେ ଖର୍ଚ୍ଚ କରିଥିଲେ | କେବଳ ଏତିକି ନୁହେଁ ଲୋକଙ୍କ ଦାନ ଅର୍ଥରେ ସେ ବିମାନରେ ମଧ୍ୟ ବୁଲିଥିଲେ | ସମୁଦାୟ ୩୯ ଜଣ ଲୋକ ନିକୋଲାଙ୍କ ମିଛ ଫଟୋ ଦେଖି ଦାନ ଦେଇଥିଲେ | ଏହି ଘଟଣା ପରେ ତାଙ୍କ ନାମରେ ବର୍ତ୍ତମାନ ମାମଲା ରୁଜୁ କରାଯାଇଛି |

ସମ୍ବନ୍ଧିତ ଖବର