ନୂଅଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ଦେଶରେ ଡିଜିଟାଲ୍ ଦୁର୍ନୀତିକୁ ନେଇ ଗିରଫ ମାମଲା ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ଦେଶର ହଜାର ହଜାର ଲୋକ ଡିଜିଟାଲ୍ ଦୁର୍ନୀତିର ଶିକାର ହେଉଥିବା ବେଳେ ସେମାନଙ୍କୁ ଧରିବା ପାଇଁ ବି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିବାକୁ ପଡୁଛି। ନିକଟରେ ‘ଇଣ୍ଡିଆ ଟୁଡେ’ର ଏକ ଟିମ୍ ଜଣେ ଡିଜିଟାଲ୍ ଠକଙ୍କୁ ଧରିବାରେ ସମର୍ଥ ହୋଇଛି।
ଡିଜିଟାଲ୍ ଠକମାନେ ଉଚ୍ଚ ପ୍ରୋଫାଇଲର ବ୍ୟକ୍ତି ଯଥା ବିଚାରପତି, ବ୍ୟବସାୟୀ ଏବଂ ଏପରିକି ସେନା ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି। ଠକମାନେ ନିଜକୁ ସରକାରୀ କର୍ମଚାରୀ ବୋଲି କହି ଠକୁଥିବା ବେଳେ ଏବେ ସେମାନଙ୍କୁ ଧରିବା ପାଇଁ ‘ଇଣ୍ଡିଆ ଟୁଡେ’ର ଏକ ଟିମ୍ ଯୋଜନା କରିଥିଲେ ଓ ସଫଳ ହୋଇଛି।
ଡିଜିଟାଲ୍ ଠକମାନେ ଫୋନ୍ କଲ ମାଧ୍ୟମରେ ପୀଡିତଙ୍କ ସହ ଯୋଗାଯୋଗ ଆରମ୍ଭ କରନ୍ତି ଏବଂ ପରବର୍ତ୍ତୀ ସମୟରେ ହ୍ବାଟ୍ସଆପ୍ ଏବଂ ସ୍କାଇପ୍ ଭଳି ପ୍ଲାଟଫର୍ମ ବ୍ୟବହାର କରି ଭିଡିଓ କଲ୍ କରନ୍ତି। ନିକଟରେ ହୋଇଥିବା "ମନ୍ କି ବାତ୍" ରେଡିଓ ପ୍ରସାରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଲୋକଙ୍କୁ ଏପରି ଠକେଇରୁ ବଞ୍ଚିବା ପାଇଁ ଚେତାବନୀ ଦେଇ କହିଥିଲେ ଯେ ଏହା ସମାଜର ସମସ୍ତ ବର୍ଗଙ୍କୁ ପ୍ରଭାବିତ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଇନରେ “ଡିଜିଟାଲ୍ ଗିରଫ” ନାମରେ କିଛି ନାହିଁ।
ନିକଟରେ ‘ଆଜ୍.ତକ’ର ଜଣେ ବରିଷ୍ଠ ସହକାରୀ ସମ୍ପାଦକ ରିଚା ମିଶ୍ର ଡିଜିଟାଲ୍ ଗିରଫ ଦୁର୍ନୀତିର ଶିକାର ହୋଇଥିଲେ। ଏହି ସାମ୍ବାଦିକଙ୍କୁ ଏକ କୋରିୟର୍ କମ୍ପାନୀରୁ ଏକ କଲ ଆସିଥିଲା। ଯେଉଁଥିରେ ତାଙ୍କୁ କୁହାଯାଇଥିବା କି ତାଙ୍କ ଆଧାର ନମ୍ବର ଡ୍ରଗ୍ସ ଥିବା ଏକ ପାର୍ସଲରେ ଉଲ୍ଲେଖ କରାଯାଇଛି। ସେ ଏହିପରି ଭାବେ ଅନେ ଘଣ୍ଟା ପର୍ଯ୍ୟନ୍ତ ଏହି ଡିଜିଟାଲ୍ ଦୁର୍ନୀତିର ସମ୍ମୁଖୀନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/29/L0voZKouhExzyY5o4Ho7.jpg)